ଭଦ୍ରକ : ବାପା ର ଭୁଜାଲି ଆକ୍ରମଣରେ ପୁଅ ମୃତ।। ସମ୍ପତ୍ତି ପାଇଁ ହତ୍ୟାକାଣ୍ଡ।। ବାପା , ସାବତ ମା ଗିରଫ।

0 60

ଭଦ୍ରକରେ ଦୁଃଖଦ ଏବଂ ଅଭାବନୀୟ ଘଟଣା: ପୁଅ ହତ୍ୟା ଅଭିଯୋଗରେ ବାପା ଗିରଫ।

ଭଦ୍ରକ : ୧୦/୯
(ସତ୍ୟାନ୍ୟୁଜ) ସମ୍ପତ୍ତି ପାଇଁ
ବପା – ପୁଅ ମଧ୍ୟରେ ଲାଗି ରହିଥିବା ବିବାଦ ର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ଶେଷରେ ସମ୍ପତ୍ତି ପାଇଁ ବାପ ତାର ପୁଅକୁ ଭୁଜାଲି ଭୁଷି ନିର୍ମମ ଭାବେ ହତ୍ୟା କରିଛି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତ ଅନ୍ତର୍ଗତ ଚୁନିଦା ବଜାର କୁମ୍ଭାର ସାହିରେ । ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଚୁନିଦା ଗ୍ରାମର ରବୀନ୍ଦ୍ର ସାହୁଙ୍କ ସହ ତାଙ୍କ ପୁଅ ବିକାଶ ର ସମ୍ପତ୍ତି ପାଇଁ ବିବାଦ ଲାଗି ରହି ଥିଲା। ବିକାଶ ମାତ୍ର ଚାରିମାସ ପୂର୍ବେ ବିବାହ କରିଥିଲେ। ବୁଧବାର ଦିନ ସମ୍ପତ୍ତି କୁ ନେଇ ପୁଣି ବାପ , ପୁଅ ଙ୍କ ମଧ୍ୟରେ ବିବାଦ ଉପୁଜି ଥିଲା।
ଏହାପରେ ବିକାଶଙ୍କ ବାପା ଏକ ଭୁଜାଲି ରେ ପୁଅ କୁ ଭୁଷି ଦେଇଥିଲେ। ଏଥିରେ ବିକାଶଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବିକାଶଙ୍କ ସାବତ ମା ସହଯୋଗ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଗାଁ ରେ ପୋଲିସ ପହଞ୍ଚି ମୃତ ଯୁବକଙ୍କ ବାପା ରବୀନ୍ଦ୍ର ସାହୁଙ୍କୁ ଗିରଫ କରିବା ସହ ସାବତ ମା କୁ ଅଟକ ରଖିଛନ୍ତି। ଘଟଣା ସମ୍ପର୍କରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.