ବାରିପଦାରେ ଦବିଲା ରେଳ ଧାରଣା, ଟ୍ରେନ୍ ଚଳାଚଳ ପ୍ରଭାବିତ
ବାରିପଦା:୧୭/୮(ସତ୍ୟାନ୍ୟୁଜ) ଲଗାଣ ବର୍ଷା ପରେ ବାରିପଦା ଷ୍ଟେସନ ବଜାର ନିକଟ ଶୁନଗଡ଼ିଆ ଅଞ୍ଚଳରେ ପ୍ରାୟ ୫୦ ମିଟର ରେଳ ଧାରଣା ଦବିଯାଇଛି। ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ସହ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଘଟଣାସ୍ଥଳରେ ରେଳ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଟ୍ରାକ୍ ତଳଭାଗର ମାଟି ଧସିଯାଇଥିବାରୁ ରେଳ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।
ଏହାର ପ୍ରଭାବରେ ବାଙ୍ଗିରିପୋଷି–ଭୁବନେଶ୍ୱର ସୁପରଫାଷ୍ଟ ଏବଂ ଭଞ୍ଜପୁର–ରୁପସା ମେମୁ ଭଳି ଟ୍ରେନ୍ର ଚଳାଚଳ ବାତିଲ୍/ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଛାତ୍ରଛାତ୍ରୀ, ଚାକିରିଜୀବୀ, ଦିନମଜୁରିଆ ଓ ଚିକିତ୍ସା ପାଇଁ ଯାତାୟାତ କରୁଥିବା ଲୋକେ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି।
ପ୍ରବଳ ବର୍ଷା ଯୋଗୁଁ ମାଟି ଧସିଛି ନା ରେଳ ଟ୍ରାକ୍ ନିର୍ମାଣ ଓ ରକ୍ଷଣାବେକ୍ଷଣରେ କୌଣସି ତ୍ରୁଟି ରହିଛି—ତାହାର ଯାଞ୍ଚ ଆବଶ୍ୟକ। ଘଟଣାର ପ୍ରକୃତ କାରଣ ଚିହ୍ନଟ କରି ଭବିଷ୍ୟତରେ ଏଭଳି ଘଟଣା ରୋକିବାକୁ ଠୋସ୍ ପଦକ୍ଷେପ ନେବାକୁ ଦାବି ହୋଇଛି।
ବିକାଶର ଦାବି ମଧ୍ୟରେ ରେଳ ସୁରକ୍ଷାକୁ ନେଇ ଏବେ ବଡ଼ ପ୍ରଶ୍ନ।