ହିନ୍ଦୋଳ : ହାତୀ ଆକ୍ରମଣରେ ପୁଣି ଜଣେ ଗ୍ରାମବାସୀ ମୃତ।। ଦୁଇ ଦିନରେ ଦନ୍ତା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ରେ ଗ୍ରାମ ବାସୀଙ୍କ ମନରେ ଆକ୍ରୋଶ।

0 39

ହିନ୍ଦୋଳ:୧୮/୮(ସତ୍ୟାନ୍ୟୁଜ) ଗତକାଲି ହିନ୍ଦୋଳ ବନାଞ୍ଚଳ ରେ ଜଣେ ଯୁବକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ହାତୀ ଆକ୍ରମଣରେ ଜଣେ ବୟସ୍କ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି l ଏହିପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ କନ୍ତିମିଲି ପଞ୍ଚାୟତର କୁମୁରୁସିଂହା ଗ୍ରାମରେ। ସୋମବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଗ୍ରାମ ଭିତରକୁ ପଶି ଆସିଥିଲା। ଲୋକମାନେ ପାଟି କରିବାରୁ ଦନ୍ତା ଗ୍ରାମ ମୁଣ୍ଡ କୁ ପଳାଇ ଆସିଥିଲା ଏହି ସମୟରେ ଲୋକଙ୍କ ପାଟି ଶୁଣି ଗ୍ରାମର
ପୂର୍ଣ୍ଣ ଚନ୍ଦ୍ର ଦେହୁରୀ ଉଠି ପଡ଼ି ଘର ଆଗ ରେ ଠିଆ ହୋଇଥିବା ବେଳେ ହାତୀ ତାଙ୍କୁ ଶୁଣ୍ଢ ରେ ଟାଣି ଆଣି କଚାଡ଼ି ଦେଇଥିଲା। ପରେ ଗ୍ରାମବାସୀ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏପରି ଘଟଣା ଦିନକୁ ଦିନ ବଢୁଥିବା ଯୋଗୁଁ ଲୋକମାନେ ଘରୁ ବାହାରି ବାକୁ ଭୟ କରୁଥିବା ଦେଖା ଦେଇଛି l ହାତୀ ଘଉଡ଼ାଇବାକୁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି
ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ମହାପାତ୍ରଙ୍କ ରିପୋର୍ଟ

Leave A Reply

Your email address will not be published.