ବଣାଇ : ଲଗାଣ ବର୍ଷା ଯୋଗୁ ବଣାଇ ରେ ଜନ ଜୀବନ ପ୍ରଭାବିତ।। ଟାଉନ୍ ର ବିଭିନ୍ନ ସ୍ଥାନରେ ଜମି ରହିଛି ବର୍ଷା ଜଳ।

0 43

ବଣାଇରେ ଲଗାଣ ବର୍ଷାର ତାଣ୍ଡବ, ଜଳବନ୍ଦୀ ଅବସ୍ଥା।
ବଣାଇ, ଅଗଷ୍ଟ ୧୮:
(ସତ୍ୟାନ୍ୟୁଜ) ବଣାଇ ଅଞ୍ଚଳରେ ଗତ ରାତିଠାରୁ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାତାର ବର୍ଷା ଯୋଗୁଁ ସହର ଓ ଆଖପାଖ ଅଞ୍ଚଳର ବିଭିନ୍ନ ରାସ୍ତାରେ ପାଣି ଚାଲିବା ସହ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି।
ବିଶେଷକରି ସିଡିପିଓ କାର୍ଯ୍ୟାଳୟ ଓ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷାଜଳ ଜମି ରହିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ମୁଖ୍ୟ ରାସ୍ତାରେ ମଧ୍ୟ ପାଣି ଚାଲୁଥିବାରୁ ଯାନବାହନ ଚଳାଚଳ ପ୍ରଭାବିତ ହେଉଛି।
ଅନ୍ୟପଟେ, ଲଗାଣ ବର୍ଷାର ପ୍ରଭାବ ଚାଷଜମି ଉପରେ ମଧ୍ୟ ପଡ଼ିଛି। ବିଭିନ୍ନ ଚାଷଜମିରେ ବର୍ଷାଜଳ ପଶିବା ଆରମ୍ଭ କରିଥିବାରୁ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବର୍ଷା ଏଭଳି ଜାରି ରହିଲେ ଚାଷଜମିରେ ଅଧିକ ପାଣି ଜମି ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ବ୍ରାହ୍ମଣୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।
ଲଗାଣ ବର୍ଷା ଯୋଗୁଁ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଅନେକ ଲୋକ କାମଧନ୍ଦା ପାଇଁ ଘରୁ ବାହାରି ପାରୁନଥିବା ବେଳେ ବଜାର ଓ ବ୍ୟବସାୟିକ କାରବାର ମଧ୍ୟ ପ୍ରଭାବିତ ହୋଇଛି।
ବଣାଇରେ ବର୍ଷାର ପରିମାଣ ବଢ଼ିବା ସହ ଜଳସ୍ତର ଓ ଜଳବନ୍ଦୀ ସ୍ଥିତି ଉପରେ ନଜର ରଖାଯାଇଛି। ଆଗାମୀ ସମୟରେ ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି।

Leave A Reply

Your email address will not be published.