ବିରମିତ୍ରପୁର: ଚୋରି କରି ଅଟୋ ରେ ପଳାଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଲେ।। ନିର୍ଦ୍ଧୁମ ମାଡ ଖାଇ ଚୋରମାନେ ହସ୍ପିଟାଲ ରେ ।
ବିରମିତ୍ରପୁର: ୧୮/୮
(ସତ୍ୟାନ୍ୟୁଜ) ଚୋରି କରିବାକୁ ଅଟୋ ଧରି ଆସିଥିଲେ ଦୁର୍ବୃତ୍ତ ମାନେ। ଏକ ଦୋକାନ ସଟର ଭାଙ୍ଗି ଚୋରି କରିବା ପରେ ସମସ୍ତ ଚୋରି ସାମଗ୍ରୀ ଧରି ପଳାଇ ଥିଲେ। ହେଲେ ପଡ଼ି ଗଲେ ଗ୍ରାମବାସୀ ଙ୍କ ହାବୁଡ଼ରେ। ଖାଇଲେ ନିର୍ଦ୍ଧୁମ ମାଡ। ଏବେ ଚୋର ମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଏପରି ଏକ ଘଟଣା ଘଟିଛି ବିରମିତ୍ରପୁର ବ୍ରାହ୍ମଣମରା ଗାଁରେ। ରବିବାର ରାତି ପ୍ରାୟ ୧ଟା ବେଳେ ଚାରି ଜଣ ଦୁବୃର୍ତ୍ତ ଏକ ଅଟୋ ରେ ଆସି ଗାଁ ନିକଟରେ ଥିବା ଏକ ବିଦ୍ୟୁତ୍ ସାମଗ୍ରୀ ଦୋକାନ ସଟର ଭାଙ୍ଗି ବିଦ୍ୟୁତ୍ ସରଞ୍ଜାମ ଲୁଟି ନେଇଥିଲେ। ସେଠାରେ ଥିବା ରାତ୍ରି ଜଗୁଆଳି ପାଟି କରିବାରୁ ଗାଁ ଲୋକେ ଦୌଡି ଆସି ଥିଲେ। ପରେ ଗୋଡାଇ ଗୋଡ଼ାଇ ଚୋର ମାନଙ୍କୁ ଧରିବା ସହ ଅଟୋ କୁ ମଧ୍ୟ ଧରି ଥିଲେ। ଜଣେ ଚୋର ଫେରାର ହୋଇ ଯାଇଥିବା ବେଳେ ୩ ଜଣ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିଲେ।
ଦୁବୃତ୍ତ ମାନଙ୍କୁ ଗ୍ରାମବାସୀ ଧୁମ୍ ପିଟିଥିଲେ। ଦୁଇ ଚୋର ଗୁରୁତର ଆହତ ହୋଇଥିବାରୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୋଲିସ୍ ଗାଁ ରେ ପହଞ୍ଚି ଅଟୋ ଏବଂ ଚୋରିରେ ବ୍ୟବହୃତ ଏକ ବାଇକ୍ ଜବତ କରିବା ସହ ଫେରାର ଚୋର କୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି।