ରାଉରକେଲା : ନାବାଳିକା କୁ ଗଣ ଦୁଷ୍କର୍ମ।। ୩ ଅଭିଯୁକ୍ତ ଗିରଫ।

0 782

ରାଉରକେଲା : ୧୯/୧୨(ସତ୍ୟାନ୍ୟୁଜ) ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଉଦିତ ନଗର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରେ ୨ ଜଣ ବିଶ୍ରା ଅଞ୍ଚଳର ଥିବା ବେଳେ ଅନ୍ୟ ଜଣେ ରାଉରକେଲାର। ଉଦ୍ଧାର ହୋଇଥିବା ନାବାଳିକାକୁ ପୋଲିସ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ଘଟଣାର ତଦନ୍ତ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଉଦିତନଗର ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଝଗଡା କରି ଘରୁ ପଳାଇ ଆସିଥିଲା। ବସ୍ ଷ୍ଟାଣ୍ଡ ଏରିଆରେ ଏକାକୀ ବୁଲୁଥିବା ବେଳେ ୩ ଜଣ ଯୁବକ ଉକ୍ତ ନାବାଳିକାକୁ ବହାଲାଇ ଫୁସୁଲାଇ ବିଶ୍ରା ନେଇ ଯାଇ ଥିଲେ। ସେଠାରେ ଦୁଇ ଦିନ ଗୋଟିଏ ଘରେ ଝିଅକୁ ରଖି ଧମକାଇ ଦୁଷ୍କର୍ମ କରିଥିଲେ। ଦୁଇ ଦିନ ରଖିବା ପରେ ଆଜି ସକାଳେ ଉକ୍ତ ଯୁବକ ମାନେ
ନାବାଳିକା କୁ ଆଣି ବସଷ୍ଟାଣ୍ଡ ପାଖରେ ଛାଡି ଦେଇଥିଲେ। ଅସହାୟ ଭାବେ ନାବାଳିକା ଜଣକ ବୁଲୁଥିବା ବେଳେ ସେଠାରେ ଡ୍ୟୁଟି ରେ ଥିବା ପୋଲିସ ର ସନ୍ଦେହ ହୋଇଥିଲା। ଉକ୍ତ ନାବାଳିକା କୁ ପଚରା ଉଚୁରା ପରେ ଗଣ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ଉକ୍ତ ଝିଅକୁ ପୋଲିସ ଉଦିତ ନଗର ଥାନା ଅଞ୍ଚଳରେ ରହୁ ଥିବା ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ।
ଏ ବାବଦରେ ଉଦିତ ନଗର ଥାନାରେ ପୋଲିସ୍ ଏକ ମାମଲା ରଜ୍ଜୁ କରି ତଦନ୍ତ ଚଳାଇଛି। ୩ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରା ଯାଇଛି। ଆସନ୍ତାକାଲି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ।

Leave A Reply

Your email address will not be published.