ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ସ୍ୱୀକୃତି ନିର୍ବାଚନରେ ରାଉରକେଲା ଶ୍ରମିକ ସଂଘର ବିଜୟ।। ସର୍ବାଧିକ ୭ ଥର ଜିତିଲା ଆର୍ ଏସ ଏସ।
ରାଉରକେଲା : ୧୩/୧୧(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଙ୍ଗଠନ ସ୍ୱୀକୃତି ନିର୍ବାଚନରେ ରାଉରକେଲା ଶ୍ରମିକ ସଂଘ ଏବଂ ସହଯୋଗୀ ଗାଙ୍ଗପୁର ମଜଦୂର ମଞ୍ଚର ବିଜୟ ଲାଭ ହୋଇଛି। ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ଠାରୁ ୧୩୬ ଅଧିକ ଭୋଟ ପାଇ ବିଜୟ ଲାଭ କରିଛି ଆର୍ ଏସ ଏସ । ଉଭୟ ଶ୍ରମିକ ସଙ୍ଗଠନ ମଧ୍ୟରେ କଡା ଟକ୍କର ହୋଇଥିଲା। ରାଉରକେଲା ଶ୍ରମିକ ସଙ୍ଘ ୪ ହଜାର ୪୯୯ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ୪ ହଜାର ୦୬୩ ଭୋଟ ପାଇଛନ୍ତି। ଗତକାଲି ରାଉରକେଲା ଇସ୍ପାତ କାରଖାନା ସମ୍ମାନ ଜନକ ସ୍ୱୀକୃତି ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ସମୁଦାୟ ୮ ହଜାର ୯୫୧ ଜଣ କର୍ମଚାରୀ ଭୋଟ ଦେଇ ଥିଲେ। ଗତକାଲି ବିଳମ୍ବିତ ରାତିରେ ରେଜଲ୍ଟ ପ୍ରକାଶ ପାଇବା ପରେ ରାଉରକେଲା ଶ୍ରମିକ ସଙ୍ଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚ ବିଜୟ ଉଲ୍ଲାସ ମନାଇ ଥିଲେ।