ରାଉରକେଲା : ଘର ତାଲା ଭାଙ୍ଗି ଚୋରି କରୁଥିବା ଗ୍ୟାଙ୍ଗ ର ୩ ସଦସ୍ୟ ଗିରଫ।। ଚୋରା ସୁନା କିଣିବା ଅଭିଯୋଗରେ ଜୁଏଲର ମାଲିକ ଗିରଫ
ରାଉରକେଲା : ୧୧/୧୧(ସତ୍ୟାନ୍ୟୁଜ) କ୍ୱାର୍ଟର ତାଲା ଭାଙ୍ଗି ଚୋରି କରିଥିବା ଏକ ଗ୍ୟାଙ୍ଗ ର ୩ ଜଣ ସଦସ୍ୟଙ୍କୁ ରାଉରକେଲା ପୋଲିସ ଗିରଫ କରିଥିବା ବେଳେ ଚୋରି ହୋଇଥିବା ସୁନା ଗହଣା ଜବତ କରିଛନ୍ତି। ଏହା ସହ ଚୋରା ସୁନା ଗହଣା କିଣିବା ଅଭିଯୋଗରେ ପୋଲିସ ମଧୁସୂଦନ ପାଲି ରେ ଏକ ଜୁଏଲର୍ସ ମାଲିକଙ୍କୁ ଗିରଫ କରିଛନ୍ତି। ଏହି ଚୋର ମାନେ ୧୬ ନମ୍ବର ସେକ୍ଟର ର ଏକ କ୍ୱାର୍ଟର ର ତାଲା ଭାଙ୍ଗି ଗହଣା ଚୋରି କରିଥିଲେ। ଘର ମାଲିକ ପରିବାର ସହ ବାହାରକୁ ଯାଇଥିବା ବେଳେ ଏହି ଚୋରି ହୋଇଥିଲା। ଗତକାଲି ସେ ଫେରିବା ପରେ ଚୋରି ହୋଇଥିବା ଜାଣି ୧୫ ନମ୍ବର ସେକ୍ଟର ଥାନାରେ ଏତଲା ଦେଇଥିଲେ। ପୋଲିସ୍ ତଦନ୍ତ କରି ୩ ଜଣ ଚୋରଙ୍କୁ ଗିରଫ କରିବା ସହ ସମସ୍ତ ଗହଣା ଉଦ୍ଧାର କରି ଘର ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଚୋର ମାନେ ପୂର୍ବରୁ ଅନ୍ୟ କେତେକ ଅପରାଧ ରେ ସଂପୃକ୍ତ ଥିବାରୁ ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।