ରାଉରକେଲା : ନନ୍ଦ ଗାଁ ଗୋଶାଳା ରେ ଗୋବର୍ଦ୍ଧନ ପୂଜା ଆୟୋଜିତ।। ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

0 404

ରାଉରକେଲା : ୩/୧୦(ସତ୍ୟାନ୍ୟୁଜ) ରାଉରକେଲା ୧୪ ନମ୍ବର ସେକ୍ଟର ସ୍ଥିତ ନନ୍ଦ ଗାଁ ଗୋଶାଳା ରେ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇ ଯାଇଛି। ଶନିବାର ଦିନ ଆୟୋଜିତ ଏହି ପୂଜାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନନ୍ଦ ଗାଁ କାଞ୍ଜି ହାଉସ ପରିଦର୍ଶନରେ ଆସିଥିଲେ । ତାଙ୍କୁ ଗୋ ମନ୍ଦିର ସେବା ଟ୍ରଷ୍ଟ ର ସଭାପତି ଗଣେଶ ପ୍ରସାଦ ବାଗାଡିଆ, ସାଧାରଣ ସମ୍ପାଦକ ଶ୍ରୀ ଶୁଭ ପଟ୍ଟନାୟକ, ଉପସଭାପତି ମଞ୍ଜୁଦେବୀ ବାଗାଡ଼ିଆ, ଅମିତ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ଗୋକୁଳାନନ୍ଦ ବାଗାଡିଆ ଓ ଲିଲି ମିଶ୍ର ପ୍ରମୁଖ ସ୍ବାଗତ କରିଥିଲେ। ଶ୍ରୀ ଓରାମ ଙ୍କୁ ପୁଷ୍ପମାଳ, ପୁଷ୍ପଗୁଚ୍ଛ, ଉତ୍ତରୀ, ସ୍ମୃତିଚି଼ହ୍ନ ଦେଇ ସମ୍ମାନିତ କରାଯାଇଥିଲା। ଗୋବର୍ଦ୍ଧନ ପୂଜାରେ ଶ୍ରୀ ଓରାମ ପ୍ରତି ବର୍ଷ ତାଙ୍କ ଗ୍ରାମ କେନ୍ଦୁଡ଼ିହ ଠାରେ ଗୋବର୍ଦ୍ଧନ ପୂଜା କରି ଆସୁଥିଲେ। କାର୍ଯ୍ୟାବ୍ୟସ୍ତତା ଯୋଗୁ ଶ୍ରୀ ଓରାମ ଶନିବାର ଦିନ ରାଉରକେଲା ନନ୍ଦ ଗାଁ ଆସି ଗୋ ମାତାଙ୍କ ଚରଣକୁ ଜଳାଭିଷେକ କରି ପୁଷ୍ପ ଚନ୍ଦନ ଦେଇ ପୂଜା କରିବା ସହ ଛପନ ଭୋଗ
ଗୋ ମାତା ଙ୍କ ଉଦେଶ୍ୟରେ ଅର୍ପଣ କରିଥିଲେ।

ଶ୍ରୀ ଓରାମ ଙ୍କ ସହ ଶ୍ରୀ ପ୍ରକାଶ ପାଶୱାନ, ରିତା ସିଂ ଏବଂ ଶ୍ରୀ ଓରାମ ଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ସିଦ୍ଧାର୍ଥ ମହାପାତ୍ର ମଧ୍ୟ ସେଠାରେ ଉପସ୍ଥିତ ଥିଲେ, ଶେଷ ରେ ଶ୍ରୀ ଓରାମ ଗୋ ମନ୍ଦିର ସେବା ଟ୍ରଷ୍ଟ ର ସମସ୍ତ ସଦସ୍ୟ ତଥା ଗୃହସ୍ଥି ପରିବାର ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply

Your email address will not be published.