ରାଉରକେଲା : ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ୩ ଗିରଫ।। ଦୁଷ୍କର୍ମ ଘଟି ଥିବା ସ୍ଥଳରେ ସାଇଣ୍ଟଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଆର୍ଡ।।
ରାଉରକେଲା : ୨୩/୯(ସତ୍ୟାନ୍ୟୁଜ) ରାଉରକେଲାରେ ଚାଞ୍ଚଲ୍ୟ ସୃଷ୍ଟି କରି ଥିବା ଦୁଇଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ ପୋଲିସ ତାର ତଦନ୍ତ କରୁଛି। ଶନିବାର ସନ୍ଧ୍ୟାରେ ବିଶ୍ରା ଛକ ନିକଟରେ ଥିବା ଷ୍ଟାଡିୟମ୍ ପାଖ ରେ ଏହି ଗଣ ଦୁଷ୍କର୍ମ ହୋଇଥିଲା। ଦୁଇ ଜଣ ନାବାଳିକା ବଜାର କରିବାକୁ ଆସିଥିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିଲେ। ଆଜି ପ୍ଲାଣ୍ଟ ସାଇଟ୍ ପୋଲିସ ଘଟଣା ସ୍ଥଳରେ ସାଇଣ୍ଟଫିକ୍ ଟିମ୍ ଏବଂ ଡଗ୍ ସ୍କୁଆର୍ଡ ସହ ପହଞ୍ଚି ତଦନ୍ତ କରିଛନ୍ତି।
ଶନିବାର ସନ୍ଧ୍ୟାରେ ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ତତ୍ପର ହୋଇ ଉଠି ଥିଲା। ଏହି ଗଣ ଦୁଷ୍କର୍ମ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଡିଆଇଜି ବ୍ରିଜେଶ ରାୟ ନିଜେ ପ୍ଲାଣ୍ଟ ସାଇଟ୍ ଥାନାକୁ ଆସି ତଦନ୍ତ କରୁଛନ୍ତି। ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ପୋଲିସ୍ ତାର ତଦନ୍ତ କରୁଛି।
ଶନିବାର ସନ୍ଧ୍ୟାରେ ଦୁଇ ଜଣ ନାବାଳିକା ରାଉରକେଲା କୁ ଚପଲ କିଣିବାକୁ ଆସିଥିଲେ। ବସ୍ ଷ୍ଟାଣ୍ଡ ନିକଟରେ ଦୁଇ ଜଣଙ୍କୁ ଏକୁଟିଆ ଦେଖି ୩ ଜଣ ଯୁବକ ଉଭୟଙ୍କୁ ବଳପୂର୍ବକ ଷ୍ଟାଡିୟମ୍ ନିକଟ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାର ନାବାଳିକାଙ୍କୁ ମାଡ ମାରି , ଧମକାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଏହି କଥା ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ପୀଡ଼ିତା କହିଛନ୍ତି। ପୀଡ଼ିତା ନାବାଳିକା ଦ୍ୱୟ ଏ ବାବଦରେ ମାଲ ଗୋଦାମ ଅଞ୍ଚଳରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ପରେ ପ୍ଲାଣ୍ଟ ସାଇଟ୍ ଥାନାରେ ଏତଲା ଦିଆ ଯାଇଥିଲା। ପୋଲିସ ତଦନ୍ତ କରି ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି।