ବିରମିତ୍ରପୁର : ଅଟୋ ଓଲଟି ୧୧ ମହିଳା ଆହତ।। ୩ ଗୁରୁତର।। ଗୁରୁତର ରାଉରକେଲା ସ୍ଥାନାନ୍ତର।

0 346

ରାଉରକେଲା : ୨୨/୯(ସତ୍ୟାନ୍ୟୁଜ) ଅଟୋ ଓଲଟି ପଡିବାରୁ ୧୧ ଜଣ ମହିଳା ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି। ଗୁରୁତର ମହିଳାଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ପଠା ଯାଇଛି।
ଆଜି ଅପରାହ୍ନରେ ବିରମିତ୍ରପୁର ୯ ନମ୍ବର ୱାର୍ଡ ଦେଓ କରଣ ଦଫାଇ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। କୁଆଁରମୁଣ୍ଡା ବ୍ଲକ୍ କାଦୋ ବାହାଲ ଅଞ୍ଚଳରୁ କିଛି ମହିଳା ଏକ ଅଟୋ ରେ ବୀରମିତ୍ରପୁର ବଜାର କରିବାକୁ ଆସିଥିଲେ। କୌଣସି କାରଣ ବଶତଃ ଅଟୋ ଟି ଦେଓ କରଣ ଦାଫାଇ ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତା ଉପରେ ଓଲଟି ପଡି ଥିଲା। ଫଳରେ ଡ୍ରାଇଭର ସହ ଅଟୋ ରେ ଥିବା ସମସ୍ତ ମହିଳା ଆହତ ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତ ମାନଙ୍କୁ ବିରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ପଠାଯାଇଛି। ଅନ୍ୟ ମାନଙ୍କ ଚିକିତ୍ସା ବୀରମିତ୍ରପୁର ରେ ଚାଲିଛି।

Leave A Reply

Your email address will not be published.