ରାଉରକେଲା : ଟ୍ରେନ୍ ରେ କଟି ଛୁଆ ହାତୀର ମୃତ୍ୟୁ।। ଟ୍ରେନ୍ ଲାଇନ୍ ନିକଟରେ ଜଗି ରହିଛନ୍ତି ମା ହାତୀ ଏବଂ ୬ ଟିକିଆ ହାତୀପଲ।

0 528

ରାଉରକେଲା : ୧୮/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ଫରେଷ୍ଟ ରେଞ୍ଜ ରେ ଆଜି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଟ୍ରେନ୍‌ରେ କଟି ଛୁଆ ହାତୀ ର ମୃତ୍ୟୁ ହେବା ପରେ ଘଟଣା ସ୍ଥଳରେ ଜଗି ରହିଛନ୍ତି ମା ହାତୀ ଏବଂ ହାତୀ ପଲ୍ଲ।
କେ ବଲଙ୍ଗ ଥାନା ଅନ୍ତର୍ଗତ ବରସୁଆଁ ଫରେଷ୍ଟ ରେଞ୍ଜ ଚୋରଧରା ସେକ୍ସନ୍ ସୁନୁବୁରୁ ରେଳ ଧାରଣାରେ ଘଟିଛି ଏହି ଦୁର୍ଘଟଣା। ମୃତ ଛୁଆ ହାତୀକୁ ମାଆ ହାତୀ ସହ ୬ଟିକିଆ ହାତୀପଲ ଜଗି ରହିଥିବାରୁ ଉଦ୍ଧାର କାର୍ଯ୍ୟ ହୋଇ ପାରିନାହିଁ। ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।
ତେବେ କେଉଁ ପରିପ୍ରେକ୍ଷୀରେ ହାତୀ ଛୁଆଟି ମୃତ୍ୟୁ ବରଣ କଲା ତାର ତଦନ୍ତ ଚାଲିଛି।

Leave A Reply

Your email address will not be published.