ବିରମିତ୍ରପୁର : ଘରେ ଲାଗି ଥିବା ନିଆଁ ଲିଭାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ।। ନିଆଁ ଲିଭାଇବା ବାବଦରେ ଲୋକଙ୍କୁ ଦେଲେ ପ୍ରଶିକ୍ଷଣ।

0 379

ବିରମିତ୍ରପୁର : ୧୫/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ୧୦ ନମ୍ବର ୱାର୍ଡ ର ବ୍ରାହ୍ମଣମାରା ଅଞ୍ଚଳରେ ଆଜି ସକାଳେ ସୋନିଆ ବାରିକଙ୍କ ଘରେ ନିଆଁ ଲାଗି ଯାଇଥିଲା। ରୋଷେଇ କରୁଥିବା ବେଳେ ଗ୍ୟାସ୍ ସିଲିଣ୍ଡର୍ ରୁ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ଥିଲା। ସୂଚନା ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। କିନ୍ତୁ ସବୁଠାରୁ ବଡ କଥା ହେଉଛି ନିଆଁ ଲିଭାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସେଠାରେ ଲୋକଙ୍କୁ ଅଗ୍ନିକାଣ୍ଡ ଉପରେ ସଚେତନ କରାଇ ଥିଲେ। ଏହା ସହ ହଠାତ୍ ଗ୍ୟାସ୍ ସିଲିଣ୍ଡର୍ ରେ ନିଆଁ ଲାଗିଲେ କିପରି ତାକୁ ଲିଭାଇବା ସହ ପ୍ରତିଷେଧକ ମୂଳକ ବ୍ୟବସ୍ଥା କରାଯିବ ସେ ବାବଦରେ ପ୍ରଶିକ୍ଷଣ ଦେଇଥିଲେ। ନିଆଁ ଲିଭାଇବା ଦିଗରେ ଲୋକଙ୍କୁ ଅଗ୍ନିଶମ ବିଭାଗର ଏହି ସଚେତନତା କାର୍ଯ୍ୟକ୍ରମ ସାଧାରଣରେ ପ୍ରଶଂସିତ ହୋଇଛି।

Leave A Reply

Your email address will not be published.