ରାଉରକେଲା : ଆନ୍ତର୍ଜାତୀୟ ଯୁବ ଦିବସରେ ଏଡସ୍ ସଚେତନତା ରାଲି।। ଶୁଭାରମ୍ଭ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

0 337

ରାଉରକେଲା : ୧୨/୮(ସତ୍ୟାନ୍ୟୁଜ)
“ଏଚ.ଆଇ.ଭି , ଏଡସ୍ ଓ ଯୌନ ସଂକ୍ରମିତ ରୋଗ’’ର ନିରାକରଣ ପାଇଁ ଆଜି ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଦେଶବ୍ୟାପୀ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି। ଓଡ଼ିଶାରେ ଏହି ଅଭିଯାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ କଲେଜରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସକାଳେ ଏଡସ୍ ସଚେତନତା ଉପରେ ଏକ ରାଲି କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ରାଉରକେଲା ସରକାରୀ ହସ୍ପିଟାଲ ରୁ ବାହାରି ରାଉରକେଲା ସରକାରୀ ମହା ବିଦ୍ୟାଳୟ ରେ ପହଞ୍ଚି ଥିଲା।
ଆର୍ ଜି ଏଚ୍ ରେ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ରଘୁନାଥ ପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ , ଅତିରିକ୍ତ ଜିଲ୍ଲପାଳ ଆଶୁତୋଷ କୁଲକର୍ଣି, ଆର୍ ଜି ଏଚ୍ ର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି- ଓସାକ୍ସ ମାଧ୍ୟମରେ ଏହାର ପ୍ରଚାର ପ୍ରସାର ପାଇଁ ସମଗ୍ର ରାଜ୍ୟରେ ସଚେତନତା ଏବଂ ଲୋକନୃତ୍ୟ ଆଦି କାର୍ଯ୍ୟକ୍ରମ ରହିଛି ।
ରାଜ୍ୟର ଯୁବଗୋଷ୍ଠି ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଙ୍କର ସକରାତ୍ମକ ଭୂମିକା ପ୍ରଦର୍ଶନ କରିବାର ଆବଶ୍ୟକତାକୁ ଉପଲବ୍ଧି କରି ବିଭିନ୍ନ କଲେଜରେ ଓସାକ୍ସ ତରଫରୁ ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ (ନାକୋ) ସହାୟତାରେ ଏବଂ ରେଡକ୍ରସ ସୋସାଇଟିର ମିଳିତ ଆନୁକୂଲ୍ୟରେ ବର୍ତମାନସୁଦ୍ଧା ୭୦୦ଟି ରେଡ ରିବନ କ୍ଲବ ଖୋଲାଯାଇଛି । ଏହି କ୍ଲବର ସଦସ୍ୟମାନଙ୍କୁ ଏଚ.ଆଇ.ଭି. / ଏଡସ୍ ସଚେତନତା ପ୍ରଶିକ୍ଷଣ ପ୍ରଦାନ କରାଯାଇ ଯୁବଗୋଷ୍ଠିମାନଙ୍କୁ ସଚେତନ କରାଯାଉଛି । ଏହି କଲେଜମାନଙ୍କରେ ଅନ୍ତର୍ଜାତୀୟ ଯୁବ ଦିବସ, ରକ୍ତଦାନ ଦିବସ, ବିଶ୍ୱ ଏଡସ୍ ଦିବସ, ଜାତୀୟ ଯୁବ ଦିବସ ଆଦି ଦିବସ ପାଳନ କରି ସଚେତନତା ବାର୍ତା ଦିଆଯାଉଛି ।
ସମସ୍ତଙ୍କୁ ସଚେତନ କରିବା ସହିତ ୨୦୩୦ ସୁଦ୍ଧା ଏଚ.ଆଇ.ଭି./ ଏଡସ୍ କୁ ସମାପ୍ତ କରିବା ମିଳିତ ଜାତିସଂଘର ଲକ୍ଷ୍ୟ ହାସଲ କ୍ଷେତ୍ରରେ ଓସାକ୍ସ ଉଦ୍ୟମ ଜାରି ରଖିଛି । ଏ କ୍ଷେତ୍ରରେ ସର୍ବାଧିକ ପ୍ରବଣ ଭାବେ ପରିଗଣିତ ହେଉଥିବା ଯୁବବର୍ଗଙ୍କୁ ଶିକ୍ଷାନୁଷ୍ଠାନମାନଙ୍କରେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ନେଇ ନାଟକ, ଦୌଡ, କୁଇଜ, କ୍ରିକେଟ, ଆଦି ଜରିଆରେ ସଚେତନ କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.