ରାଉରକେଲା : ବାଂଲା ଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ପ୍ରଦର୍ଶନ।। ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି କଲା ହିନ୍ଦୁ ବିର୍ ବାହିନୀ।

0 372

ରାଉରକେଲା : ୧୧/୮(ସତ୍ୟାନ୍ୟୁଜ) ବାଂଲା ଦେଶ ରେ ଶେଖ୍ ହସିନା ସରକାର ର ପତନ ପରେ ସେଠାରେ ଅରାଜକତା ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ ସେଠାରେ ରହୁଥିବା ଆଠ ପ୍ରତିଶତ ସଂଖ୍ୟା ଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଉଥିବା ସୂଚନା ଆସୁଛି। ଏହି ଘଟଣାକୁ ଭାରତରେ ପ୍ରବଳ ବିରୋଧ କରା ଯାଉଥିବା ବେଳେ ରାଉରକେଲାରେ ହିନ୍ଦୁ ବୀର ବାହିନୀ ସଂଗଠନ ପକ୍ଷରୁ ବିରୋଧ କରାଯାଇ ସେଠାରେ ହିନ୍ଦୁଙ୍କ ସୁରକ୍ଷା ଲାଗି ପ୍ରଧାନମନ୍ତ୍ରୀ ଦୃଢ଼ ପଦକ୍ଷେପ ନେବାକୁ ଦାବି କରାଯାଇଛି।
ରବିବାର ଅପରାହ୍ନ ରେ ହିନ୍ଦୁ ବୀର୍ ବାହିନୀ ପକ୍ଷରୁ ବିର୍ସା ଛକ ରୁ ଏକ ଶୋଭାଯାତ୍ରା ବାହାରି ଥିଲା। ସହରର ମୁଖ୍ୟ ମାର୍ଗ ଦେଇ ଶୋଭାଯାତ୍ରା ଉଦିତ ନଗର ଆମ୍ବେଦକର ଛକ ନିକଟରେ ପହଁଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ବାଂଲା ଦେଶ ରେ ହିନ୍ଦୁ ଙ୍କ ଉପରେ ହେଉଥିବା ଅତ୍ୟାଚାର ସନ୍ଦର୍ଭ ରେ କେନ୍ଦ୍ର ସରକାର ଏବଂ ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ ହିନ୍ଦୁଙ୍କ ସୁରକ୍ଷା ଲାଗି ପଦକ୍ଷେପ ନେବାକୁ ଦାବି କରା ଯାଇଥିଲା।

Leave A Reply

Your email address will not be published.