ବରମିତ୍ରପୁର : ନୂଆଗାଁ ବ୍ଲକ୍ କୋକେରମା ପଞ୍ଚାୟତରେ ହାତୀ ଆକ୍ରମଣରେ ମହିଳା ମୃତ।। ୨୨ ଟିକିଏ ହାତୀ ପଲ୍ଲ ର ଉପଦ୍ରବ ଜାରି।
ବିରମିତ୍ରପୁର : ୧୧/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଛି। ଗତ ରାତିରେ ବଣାଇ ଅଞ୍ଚଳରେ ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଥିବାବେଳେ ବିରମିତ୍ରପୁର ନୂଆଗାଁ ବ୍ଲକ୍ ରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ମହିଳା ଘରେ ଶୋଇଥିବା ବେଳେ ଉକ୍ତ ଅଞ୍ଚଳ ରେ ବୁଲୁଥିବା ୨୨ଟି ହାତୀ ଘରକୁ ଘେରି ଯାଇଥିଲେ। ହାତୀଙ୍କୁ ଦେଖି ମହିଳା ଜଣଙ୍କ ଘର ଛାଡ଼ି ଦୌଡ଼ି ପଳାଇଥିଲେ। ହାତୀ ମାନେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ଦଳି ଦେଇଥିଲେ। ଘଟଣା ସ୍ଥଳରେ ମହିଳା ଜଣଙ୍କ ମୃତ୍ୟୁ ବରଣ କରିଥିଲେ। ମୃତକ ମହିଳା କୋକେରମା ପଞ୍ଚାୟତର ଖାକ୍ କରଞ୍ଜିଆ ଗ୍ରାମର ୫୪ ବର୍ଷୀୟା ସବିତା ଗୌଡ଼ ବୋଲି ଜଣା ପଡିଛି। ହାତୀ ପଲ୍ଲ ଆସିଥିବା ଖବର ପାଇ ଗାଁ ଲୋକ ଦୌଡ଼ି ଆସିଥିଲେ। ପରେ ଲୋକମାନେ ଏକାଠି ହୋଇ ହାତୀ ପଲ୍ଲ କୁ ଘଉଡାଇ ଦେଇଥିଲେ। ଖବର ପାଇ ବନବିଭାଗ ଅଧିକାରୀ ଗାଁରେ ପହଞ୍ଚି କ୍ଷୟ କ୍ଷତିର ହିସାବ କରିବା ସହ ମୃତକଙ୍କ ପରିଜନ ଙ୍କୁ ଆର୍ଥିକ ସହାୟତା ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ। ଝାଡ଼ଖଣ୍ଡ ଅଞ୍ଚଳରୁ ୨୨ଟିକିଆ ହାତୀ ଦଳ ଏହି ଅଞ୍ଚଳ ରେ ବହୁ ଦିନ ଧରି ଉପଦ୍ରବ ଚଳାଇ ଆସୁଛନ୍ତି। ବନ ବିଭାଗ ଯେତେ ଘଉଡାଇଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ହୋଇ ପାରିନାହିଁ। ସୀମାରେ ସୋଲାର୍ ବାଡ ଲଗାଇବାକୁ ସ୍ଥାନୀୟ।ଲୋକେ ଦାବି କରିଛନ୍ତି।