ବଣାଇ : ୧୧/୮(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଗୋଠ ଛଡ଼ା ଦନ୍ତା ର ଉପଦ୍ରବ ବଢ଼ି ବଢ଼ି ଚାଲିଛି। ଗତ ରାତିରେ ସାଧୁ ବାହାଲ ଗ୍ରାମରେ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ଗୁରୁତର ହୋଇପଡ଼ିଛନ୍ତି।ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ପଠାଯାଇଛି। ସେହି ପରି କୁଳିପୋଷ ଫରେଷ୍ଟ ରେଞ୍ଜର ଗଉଡ଼ୁଣୀ ପଡା, ରୁଗୁଡା ଅଂଚଳ ରେ ଗୋଠ ଛଡା ଦନ୍ତା ହାତୀ ର ଉତ୍ପାତରେ ଅତିଷ୍ଠ ହୋଇ ଲୋକେ ରାତି ଅନିଦ୍ରା ରହୁଛନ୍ତି। ଗତ ରାତିରେ ହାତୀ ଗାଁକୁ ପଶି ଆସିବାରୁ ଘର ଛାଡ଼ି ପିଲାଛୁଆ ଧରି ଯିଏ ଯୁଆଡେ ପାରିଲେ ପଳାଇ ଯାଇଥିଲେ। ହାତୀ ରୁଗୁଡା ଗ୍ରାମରେ ୪ଟି ଘର ଭାଙ୍ଗି ଦେଇ ଥିବା ବେଳେ ଘରେ ଥିବା ଧାନ ଚାଉଳ ଖାଇ ନଷ୍ଟ କରି ଦେଇଛି। ଗଉଡ଼ୁଣୀପଡା ରେ ଦନ୍ତା ପଶି ଦୁଇଟି ଘର ଭାଙ୍ଗି ଦେଇଥିବା ସହ ଫସଲ ନଷ୍ଟ କରି ଦେଇଛି। ଦନ୍ତା ହାତୀ ଏବେ ନଦୀ ପାର ହୋଇ ବଣାଇ ରେଞ୍ଜର ଗୋଗୁଆ ଅଞ୍ଚଳର ଏକ ଜଙ୍ଗଲ ରେ ଅଛି। ଦନ୍ତା ଟି କେତେ ବେଳେ ବଣାଇ ରେଞ୍ଜ ତ ଆଉ କେତେବେଳେ କୁଳିପୋଷ ଅଞ୍ଚଳ ରେ ଉପଦ୍ରବ ଜାରି ରଖିଛି।
ଟ୍ରାଙ୍କୁଲାଇଜର୍ ବ୍ୟବହାର କରି ହାତୀକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଲୋକେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ନିକଟରେ ଦାବି କରିଛନ୍ତି।