ରାଉରକେଲା : ବଣାଇ ଅଞ୍ଚଳରେ ବିଭିନ୍ନ ପଞ୍ଚାୟତକୁ ଚାଲିଥିବା ‘ଲଷ୍ମୀ’ ବସ ରୁ ଉଠିଲା ଲୋଗୋ।। ବସ ଚାଲିବା ନେଇ ସନ୍ଦେହ।

0 305

ରାଉରକେଲା : ୭/୬ (ସତ୍ୟାନ୍ୟୁଜ) ଗମନାଗମନର ସୁବିଧା ପାଇଁ ପୂର୍ବ ବିଜେଡି ସରକାର ଜିଲ୍ଲା ଏବଂ ବ୍ଲକ ମୁଖ୍ୟାଳୟରୁ ବିଭିନ୍ନ ପଞ୍ଚାୟତକୁ ଲକ୍ଷ୍ମୀ ବସର ଚଳାଚଳ ଆରମ୍ଭ କରିଥିଲେ। ଏବେ ରାଜ୍ୟରେ ବିଜେଡି ସରକାରର ପତନ ଘଟି ଥିବାରୁ ‘ଲଷ୍ମୀ’ ବସ ଚଳାଚଳ ନେଇ ସନ୍ଦେହ ପ୍ରକାଶ ପାଇଛି। ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ବିଭିନ୍ନ ପଞ୍ଚାୟତକୁ ଚାଲୁଥିବା ଲଷ୍ମୀ ବସରୁ ଷ୍ଟିକର ଖୋଲି ନିଆ ଯାଇଛି। ଏ ବାବଦରେ କାହାରି ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ। ପୂର୍ବ ସରକାର ଇସ୍ତଫା ଦେଇ ସାରିଛନ୍ତି। ନୂତନ ସରକାର ଗଠନ ହୋଇ ନାହିଁ। ଏହି ସମୟରେ ପୂର୍ବ ସରକାର ଚାଲୁ କରିଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା କୁ ନେଇ ସନ୍ଦେହ ପ୍ରକାଶ ପାଇଲାଣି। ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ର କାର୍ଯ୍ୟକାରୀତା କୁ ନେଇ ଦ୍ୱନ୍ଦ ଉପୁଜିଥିବା ବେଳେ ଏବେ ଲଷ୍ମୀ ବସ ରୁ ଲୋଗୋ ହଟିବା ଆରମ୍ଭ ହୋଇଯାଇଛି।

Leave A Reply

Your email address will not be published.