ସୁନ୍ଦରଗଡ : ୩୦/୫ (ସତ୍ୟାନ୍ୟୁଜ) ୨୦୧୭ ମସିହା ଫେବୃଆରୀ ମାସରେ ରେ ସୁନ୍ଦରଗଡ ତଳସରା ଥାନା କଣ୍ଟାବହାଲ ଗାଁ ରେ ୧୧ ବର୍ଷୀୟ ନାବାଳିକା ହତ୍ୟା ଘଟଣାର ଆଜି ରାୟ ପ୍ରକାଶ ପାଇଛି। ନବଳିକାଟି ତାର କିଛି ସାଙ୍ଗ ମାନଙ୍କ ସାଙ୍ଗରେ ଖେଳୁଥିବା ସମୟ ରେ ଅଭିଯୁକ୍ତ ସୁମିତ ମିଞ୍ଜ ତାକୁ ଟେକି ନେଇ ନିକଟ ଜଙ୍ଗଲ ରେ ଦୁଷ୍କର୍ମ ଉଦ୍ୟମ କରିଥିଲା। ସେହି ସମୟରେ ନାବାଳିକା ଚିତ୍କାର କରିବାରୁ ସୁମିତ ପ୍ରଥମେ ତଣ୍ଟି ଚିପି ନାବାଳିକାଙ୍କୁ ହତ୍ୟା କରିଥିଲା। ଏହା ପରେ ବିଭତ୍ସ ଭାବେ ଚାପଡରେ ମୁଣ୍ଡ କାଟି ଗଣ୍ଡିରୁ ଅଲଗା କରି ଦେଇଥିଲା । ଆଜି ଏହି ଘଟଣା ର ଶୁଣାଣୀ କରି ସୁନ୍ଦରଗଡ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ ସୁମିତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଅଦାଲତ।