ରାଉରକେଲା : ଓରାମ କଳା ସଂସ୍କୃତିର ପର୍ବ ‘ଜ୍ୟେଷ୍ଠ ଯାତ୍ରା’ ପାଳିତ।। ପୂର୍ବଜଙ୍କ ବୀରତ୍ୱର ସ୍ମରଣ ଏବଂ ପ୍ରଦର୍ଶନ ପର୍ବର ମୁଖ୍ୟ ଉଦ୍ଦେଶ୍ୟ।
ରାଉରକେଲା : ୨୮/୫ (ସତ୍ୟାନ୍ୟୁଜ) ହାତରେ ତଲୱାର , ଫାର୍ସା ଆଦି ଧରି ନୃତ୍ୟ କରୁଛନ୍ତି ଆଦିବାସୀ ମହିଳା ମାନେ। ପୁଣି ଘୋଡା ଉପରେ ବସି ନିଜର ବିରତ୍ୱ ପ୍ରଦର୍ଶନ କରୁଛନ୍ତି। ଏପରି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ରାଉରକେଲା ଉଦିତନଗର ସ୍ଥିତ ସରନା ପୂଜା ସ୍ଥଳରେ। ରାଜୀ ପଡାହା ସରନା ପ୍ରାର୍ଥନା ସମିତି ପକ୍ଷରୁ ଆଜି ମନା ଯାଉଛି ‘ଜ୍ୟେଷ୍ଠ ଯାତ୍ରା’। ଓରାମ କଳା ସଂସ୍କୃତିର ଏହି ଉତ୍ସବରେ ପାରମ୍ପରିକ ନୃତ୍ୟ ଗୀତ ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରର ମଧ୍ୟ ପ୍ରତୀକାତ୍ମକ ପ୍ରଦର୍ଶନ କରାଯାଇଥିଲା। ଓରାମ ସମାଜର ପୂର୍ବଜ ମାନେ ବିହାରର ରୋହତସଗଡ଼ରେ ଶତ୍ରୁ ପକ୍ଷ ଯୁଦ୍ଧ କରୁଥିଲେ। ଏହି ଲଢେଇରେ ମହିଳା ମାନେ ପୁରୁଷ ବେଶରେ ଯୁଦ୍ଧରେ ସାମିଲ ହୋଇ ବିଜୟ ଲାଭ କରିଥିଲେ। ମହିଳା ମାନଙ୍କ ଏହି ବିରତ୍ୱକୁ ମନେ ପକାଇବାକୁ ପ୍ରତିବର୍ଷ ‘ଜ୍ୟେଷ୍ଠ ଯାତ୍ରା’ ଉତ୍ସବ ପାଳନ କରାଯାଇଥାଏ।