ରାଉରକେଲା : ଶ୍ରମମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ସାରଦା ଦେଲେ ଥାନାରେ ଏତେଲା।। ଯୁବନେତା ପ୍ରକାଶ ପାଶ୍ୱନଙ୍କ ନାମରେ ଏତେଲା।। ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ।
ରାଉରକେଲା : ୨୨/୫ (ସତ୍ୟାନ୍ୟୁଜ) ଶ୍ରମ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୁବ ନେତାଙ୍କ ନାମରେ ଥାନାରେ ଦେଲେ ଏତେଲା। ଯୁବନେତା ପ୍ରକାଶ ପାଶ୍ୱନଙ୍କ ନାମରେ ଦେଲେ ଏଫ ଆଇ ଆର। ଜୀବନରେ ମାରି ଦେବାକୁ ଧମକ ତଥା ଅଭଦ୍ର , ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ଭଳି ସଙ୍ଗୀନ ଧାରାରେ ପ୍ଲାଣ୍ଟସାଇଟ ଥାନାରେ ପ୍ରକାଶଙ୍କ ନାମରେ ମାମଲା ରଜ୍ଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଏହାକୁ ନେଇ ରାଉରକେଲା ରାଜନୈତିକ ମହଲରେ ଚର୍ଚ୍ଚା ସରଗରମ ହୋଇ ଉଠିଛି।
ଏତେଲା ଅନୁଯାୟୀ ଗତ ୨୦ ତାରିଖ ଦିନ ଗୋପବନ୍ଧୁପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଭୋଟ୍ ଗ୍ରହଣ ସମ୍ପର୍କିତ ସମସ୍ୟା ବୁଝିବାକୁ ସାରଦା ଯାଇଥିଲେ। ପୋଲିଂ ବୁଥ କୁ ପ୍ରବେଶ କରୁଥିବା ବେଳେ ଯୁବନେତା ପ୍ରକାଶ ପାଶ୍ୱନ ତାଙ୍କ ସହଯୋଗୀଙ୍କ ସହ ପ୍ରତିବାଦ କରିଥିଲେ। ଗାଳି ଗୁଲଜ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଠେଲାପେଲା ହୋଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ମତଦାନ କେନ୍ଦ୍ରରେ ମୁତୟନ ଥିବା ପୋଲିସ ବିଜେଡି ପ୍ରାର୍ଥୀ ସାରଦାଙ୍କୁ ସୁରକ୍ଷା ଦେଇ ବୁଥ ବାହାରକୁ ନେଇ ଆସିଥିଲେ। ପ୍ରକାଶ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସାରଦା ଅଭିଯୋଗ କରିଥିବା ବେଳେ ପ୍ରକାଶ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅପରପକ୍ଷରେ ପ୍ରକାଶ ଏବଂ ତାଙ୍କ ୫ଜଣ ସହଯୋଗୀଙ୍କ ନାମରେ ଥାନାରେ ଏତେଲା ଦାୟର ହୋଇଛି।