ବିରମିତ୍ରପୁର : ମଦ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ କର୍ମଚାରୀଙ୍କ ମାଡ଼ ଅଭିଯୋଗ।। ଅଦାଲତଙ୍କ ନିର୍ଦ୍ଦେଶରେ ସାନି ମେଡ଼ିକାଲ ଟେଷ୍ଟ।

0 468

ରାଉରକେଲା : ୨୨/୫ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁରରେ ଅବକାରୀ ବିଭାଗ ନାଁରେ ଆସିଛି ଗୁରୁତର ଅଭିଯୋଗ। ଜଣେ ମଦ ବ୍ୟବସାୟୀଙ୍କୁ ପ୍ରବଳ ମାଡ ମରା ଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟବସାୟୀ ଏ ବାବଦରେ କୋର୍ଟରେ ଅଭିଯୋଗ କଲାପରେ ଅଦାଲତଙ୍କ ନିର୍ଦ୍ଦେଶରେ ତାଙ୍କର ମେଡ଼ିକାଲ ଟେଷ୍ଟ କରାଯାଇଛି। ସୂଚନା ଅନୁସାରେ ଅବକାରୀ ବିଭାଗ କର୍ମଚାରୀ ମାନେ ରବି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ସ୍କୁଟିରେ ମଦ ନେଇ ଯାଉଥିବା ଅଭିଯୋଗରେ ଧରିଥିଲେ। ପରେ ତାଙ୍କୁ ଏବଂ ଅନ୍ୟ ଜଣଙ୍କୁ ଅବକାରୀ କାର୍ଯ୍ୟାଳୟ ନେଇ ପ୍ରବଳ ମାଡ଼ ମାରି ଥିବା ଅଭିଯୋଗ ହୋଇଛି। ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ମାଡ଼ ମରାଯାଇଥିବା ଅଭିଯୋଗ ହେବାରୁ ଅଦାଲତଙ୍କ ନିର୍ଦ୍ଦେଶରେ ଆଉଥରେ ଡାକ୍ତରୀ ଯାଞ୍ଚ କରା ଯାଇଛି। ଅବକାରୀ ବିଭାଗର ଏହି କାର୍ଯ୍ୟକୁ ବେଆଇନ ଦର୍ଶାଇ ସ୍ଥାନୀୟ ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave A Reply

Your email address will not be published.