ରାଉରକେଲା : ୧୨/୫ (ସତ୍ୟାନ୍ୟୁଜ) ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ଧଳ ରବିବାର ରାଉରକେଲା ଗସ୍ତରେ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଅତିରିକ୍ତ ନିର୍ବାଚନ ଅଧିକାରୀ ଡା ଏନ ତିରୁମଲ୍ଲା ନାୟକ ଓ ଶତ୍ରୁଘ୍ନ କର ମଧ୍ୟ ଯୋଗ ଦେଇଥିଲେ ା
ବୈଠକରେ ଶ୍ରୀ ଧଳ ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ, ନିରପେକ୍ଷ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବାକୁ ଅଧିକାରୀ ମାନଙ୍କୁ କହିଛନ୍ତି। ସେ ରାଉରକେଲା ନିର୍ବାଚନୀ ମଣ୍ଡଳୀ ରେ ମତଦାନ ର ପ୍ରତିଶତ ଗତବର୍ଷ ଅପେକ୍ଷା ଅଧିକ କିପରି ହୋଇପାରିବ ସେଥିପାଇଁ ଭୋଟରଙ୍କୁ ଅଧିକ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଥିଲୋ
ଏହି ବୈଠକରେ ସୁନ୍ଦରଗଡ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସୁନ୍ଦରଗଡ ପରାଗ ହର୍ଷଦ ଗାଭଲି ଏ ବିଷୟରେ ଅବଗତ କରାଇଥିଲେ ା ସେହିପରି ରାଉର କେଲା ଆରକ୍ଷୀ ଅଧିକ୍ଷକ, ଶ୍ରୀ ବ୍ରିଜେଶ ରାୟ ଓ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଜିଲ୍ଲାରେ ନିର୍ବାଚନ ପସ୍ତୁତି ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ।
ବୈଠକରେ ଶ୍ରୀ ଧଳ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ପାଳନ କରିବାକୁ ଗୁରୁତ୍ବ ଦେଇଥିଲେ। ବିଭାଗୀୟ ଅଧିକାରୀ ମଦ ଚୋରା ଚାଲାଣ, ଭୋଟରଙ୍କୁ ଟଙ୍କା ବଣ୍ଟନ ପ୍ରତି କାର୍ଯ୍ୟାନୁଷ୍ଠାନ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସମସ୍ତ ପୋଲିଂ ବୁଥରେ ବିଦ୍ୟୁତ୍ କରଣ, ଫ୍ୟାନ୍, ଲାଇଟ୍, ପାନୀୟ ଜଳ ବ୍ୟବସ୍ଥା, ଖରାରୁ ରକ୍ଷା ପାଇବା ପାଇଁ ସେଡ୍, ହୁଇଲ୍ ଚେୟାର, ବିଏଲ୍ଓ ହେଲ୍ପ ଡେସ୍କ ଆଦିର ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ କହିଥିଲେ ା
ବୈଠକ ପରେ ପରେ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ନିର୍ବାଚନୀ ପ୍ରସ୍ତୁତି ର ବ୍ୟବସ୍ଥା ବୁଲି ଦେଖିଥିଲେ ା
ଏହି ବୈଠକରେ ପଶ୍ଚିମାଂଚଳ ଡିଆଈଜି ଶ୍ରୀ ନୀତି ଶେଖର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଖବନ୍ଧୁ ନାୟକ ସମେତ ଆୟକର ବିଭାଗ ,ବନ ବିଭାଗ ଅବକାରୀ ବିଭାଗର ଅଧିକାରୀ ଓ ରାଉର କେଲା ଏସସଟି, ଏଫଏସଟି,ର ଅଧିକାରୀ ଉପସ୍ଥିତ ଥିଲେ ା