ରାଉରକେଲା : ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ।
ରାଉରକେଲା : ୩/୫ (ସତ୍ୟାନ୍ୟୁଜ) ରାଉରକେଲା ୨ ନମ୍ବର ସେକ୍ଟର ମାର୍କେଟ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଠି ହୋଇଛି। ସ୍ଥାନୀୟ ଲୋକ ଏବଂ ପରିବାର ଲୋକେ କ୍ଷତିପୂରଣ ଦାବିରେ ୨ ନମ୍ବର ସେକ୍ଟର – ଏନ ଆଇ ଟି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ଏବଂ ମାଜିଷ୍ଟ୍ରେଟ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।
ଏହି ଘଟଣା ଘଟିଛି ଶୁକ୍ରବାର ଅପରାହ୍ନରେ। ୧ ନମ୍ବର ସେକ୍ଟର ଅଞ୍ଚଳର ଯୁବକ ଲିପୁ ପ୍ରଧାନ ସ୍କୁଟିରେ ଯାଉଥିବା ବେଳେ ଦୁଇ ନମ୍ବର ସେକ୍ଟର ମାର୍କେଟ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଲିପୁଙ୍କ ମୃତ୍ୟୁ ହୋଇ ଯାଇଥିଲା। ଦୁର୍ଘଟଣା ପରେ ଗାଡି ନେଇ ଡ୍ରାଇଭର ଫେରାର ହୋଇଯାଇଛି। ପରେ ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇ ଥିଲା। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ୩ ନମ୍ବର ସେକ୍ଟର ଥାନା ଅଧିକାରୀ , ମାଜିଷ୍ଟ୍ରେଟ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଛନ୍ତି।