ରାଉରକେଲା : ଇଣ୍ଡିଆ ମେଣ୍ଟର ପ୍ରଥମ ବୈଠକ ତଥା ସାମ୍ବାଦିକ ସମ୍ମିଳନୀ ରାଉରକେଲା ରାଧିକା ରିଜେନ୍ସିରେ ଅନୁଷ୍ଠିତ।। ଜିଲ୍ଲା ମେଣ୍ଟର ସମସ୍ତ ବିଧାୟକ ପ୍ରାର୍ଥୀ ଏବଂ ଲୋକସଭା ପ୍ରାର୍ଥୀ ଉପସ୍ଥିତ।

0 337

ରାଉରକେଲା : ୮/୪ (ସତ୍ୟାନ୍ୟୁଜ) ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଇଣ୍ଡିଆ ମେଣ୍ଟର ପ୍ରଥମ ବୈଠକ ତଥା ସାମ୍ବାଦିକ ସମ୍ମିଳନୀ ରାଉରକେଲା ରାଧିକା ରିଜେନ୍ସି ହୋଟେଲରେ ଅନୁଷ୍ଠିତ ହୋଇ ଯାଇଛି। ସିପିଏମ ନେତା ବିଷ୍ଣୁ ମହାନ୍ତିଙ୍କ ଆବହାକତ୍ୱରେ ଅୟୋଜିତ ଏହି ବୈଠକରେ ଇଣ୍ଡିଆ ମେଣ୍ଟର ଦୁଇ ବିଧାୟକ ସିପିଏମର ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ରାଜଗାଙ୍ଗପୁର କଂଗ୍ରେସ ବିଧାୟକ ରାଜନ ଏକ୍କା ଯୋଗ ଦେଇଥିଲେ। ରାଉରକେଲା , ରଘୁନାଥପାଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ ଏବଂ ଗୋପାଳ ଦାସ ଏବଂ ସୁନ୍ଦରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ବିଭିନ୍ନ କଳ କାରଖାନାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ମେଣ୍ଟ ନିଷ୍ପତ୍ତି ନେଇଛି। ଏହା ଛଡା ଜିଲ୍ଲାରେ ଶ୍ରମିକ ମାନଙ୍କ ସ୍ୱାର୍ଥ ରଖିବାରେ ଏବଂ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବାରେ ମଧ୍ୟ ରାଜ୍ୟ ସରକାର ବିଫଳ ହେବା ଅଭିଯୋଗ ଆଣିଛି ଇଣ୍ଡିଆ ମେଣ୍ଟ। ସୂଚନାଯୋଗ୍ୟଯେ ଜିଲ୍ଲାରେ ଇଣ୍ଡିଆ ମେଣ୍ଟରେ କଂଗ୍ରେସ , ସିପିଏମ ଏବଂ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ରହିଛନ୍ତି।

Leave A Reply

Your email address will not be published.