ମୟୁରଭଞ୍ଜ : ବାଙ୍ଗିରିପୋଷି ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ।। ୨୦ ଯାତ୍ରୀ ଆହତ।। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା।
ମୟୁରଭଞ୍ଜ : ୮/୪ (ସତ୍ୟାନ୍ୟୁଜ) ରାଉରକେଲାରୁ ବାହାରିଥିବା ଯାତ୍ରୀବାହୀ ବସ୍ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଘାଟିରେ ସୋମବାର ସକାଳେ ଦୁର୍ଘଟଣା ଘଟି ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଯାତ୍ରୀବାହୀ ବସ୍ ଟି ଭାରସାମ୍ୟ ହରାଇ ପାହାଡରେ ପିଟି ହେବାରୁ ଯାତ୍ରୀଙ୍କ ସହ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍ ଡ୍ରାଇଭରର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ରାଉରକେଲା ଅଞ୍ଚଳର ବୋଲି ଜଣାଯାଇଛି।
ଆଗକୁ ଇଦ୍ ପର୍ବ ଥିବାରୁ ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରୁ ଅନେକ ଯାତ୍ରୀଙ୍କୁ ଧରି ବସ୍ଟି ରାଉରକେଲାରୁ ବାହାରି ମୁର୍ଶୀଦାବାଦ ଅଭିମୁଖେ ଯାଉଥିଲା। ଆଜି ସକାଳେ ବାଙ୍ଗିରିପୋଷି ଘାଟିରେ ବସ୍ଟି ରାସ୍ତାକଡ଼ରେ ଥିବା ପାହାଡ ସହ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭର ସହ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ ଭିତରେ ଡ୍ରାଇଭର ଚାପି ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ତାଙ୍କୁ ଉଦ୍ଧାର କରିଥିଲେ।