ବିରମିତ୍ରପୁର : ବିରମିତ୍ରପୁରରେ ଭୁଜାଲି ମାଡରେ ଦୁଇ ଯୁବକ ଆହତ।। ଆଇନ ଶୃଙ୍ଖଳା ବଜାୟ ରଖିବାକୁ ୧୦ ପ୍ଲାଟୁନ ପୋଲିସ ମୁତୟନ ସହ ଫ୍ଲାଗ ମାର୍ଚ୍ଚ।
ବିରମିତ୍ରପୁର : ୨/୪ (ସତ୍ୟାନ୍ୟୁଜ) ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବିରମିତ୍ରପୁରରେ ଉତ୍ତେଜନା ଦେଖାଦେଇଛି। ସହରରେ ୧୦ ପ୍ଲାଟୁନ ପୋଲିସ ମୁତୟନ ସହ ମଙ୍ଗଳବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି।
ମିଳିଥିବା ସୂଚନା ଅନୁଯାୟୀ ସୋମବାର ରାତିରେ ଗୁପ୍ତେଶ୍ଵର ମେଳାରେ ସାମାନ୍ୟ କଥାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା। ଗୋଟିଏ ପକ୍ଷର ଭୁଜାଲି ମାଡରେ ଅପର ପକ୍ଷର ଦୁଇ ଜଣ ଯୁବକ ଆହତ ହୋଇଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ପଶ୍ଚିମଞ୍ଚଳ ଡ଼ିଆଇଜି ଏବଂ ସୁନ୍ଦରଗଡ ଏସପି ବିରମିତ୍ରପୁରରେ ପହଞ୍ଚି ଆଇନ ଶୃଙ୍ଖଳା ସ୍ଥିତି ତଦାରଖ କରିଥିଲେ। ଏବେ ବିରମିତ୍ରପୁର ସହରରେ ୧୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ବେଳେ ସକାଳେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ସହରରେ ଶାନ୍ତି ବଜାୟ ରଖିବାକୁ ପ୍ରଶାସନ ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଛି।