ସୁନ୍ଦରଗଡ : ହସ୍ପିଟାଲରୁ ବିଚାରାଧୀନ କଏଦୀ ଫେରାର।। ଏକ ହତ୍ୟା ମାମଲାରେ ଜଡିତ ଥିଲା ଫେରାର କଏଦୀ ଅର୍ଜୁନ ମୁଣ୍ଡା।

0 219

ସୁନ୍ଦରଗଡ : ୧/୪ ( ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ କଏଦୀ ଫେରାର ହୋଇ ଯାଇଛି। ଏକ ହତ୍ୟା ମାମଲାରେ ଗତ ଡିସେମ୍ବର ମାସରୁ ଜେଲ ରେ ଥିବା ବିଚାରାଧିନ କଏଦୀ ଅର୍ଜୁନ ମୁଣ୍ଡା ୨୯ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭସ୍ମା ଥାନା ଅଞ୍ଚଳରେ ହୋଇଥିବା ଏକ ହତ୍ୟା ମାମଲାରେ ଜଡିତ ହୋଇ ଜେଲରେ ରହୁଥିଲା ଅର୍ଜୁନ ମୁଣ୍ଡା।
ରବିବାର ରାତିରେ ଜେଲ କର୍ମଚାରୀଙ୍କୁ ଚକମା ଦେଇ ଫେରାର ହୋଇ ଯାଇଥିଲା ଅର୍ଜୁନ। ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ଅଭିଯୋଗ ପାଇବା ପରେ ସୁନ୍ଦରଗଡ ଟାଉନ ଥାନା ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.