ରାଉରକେଲା : ଲହୁଣୀପଡା ବ୍ଲକ୍ କଲେଇପୋଷ ୱେ ବ୍ରିଜ୍ ରାସ୍ତା ଅବସ୍ଥା ଶୋଚନୀୟ।। ଯାନ ବାହନ ଚଳାଚଳ ରେ ଅସୁବିଧା।। ଶୀଘ୍ର ନିର୍ମାଣ ଦାବି।

0 326

ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ କଲେଇପୋଷ ନିକଟରେ ଥିବା
ୱେ-ବ୍ରିଜ୍ ନିକଟ ରାସ୍ତା ଅତି ଶୋଚନୀୟ ହୋଇ ପଡିଛି। ଏହି ରାସ୍ତାରେ ଯାତାୟତ ଏକ ପ୍ରକାର ଦୁର୍ବିସହ ହୋଇ ପଡିଛି। ରାସ୍ତା ମଝିରେ ବଡ଼ ବଡ଼ ଖାଲ ହୋଇ ଯାଇ ଥିବାରୁ ୱେ ବ୍ରିଜ୍ ପ୍ରତିଦିନ ଯାଉଥିବା ଶହଶହ ଗାଡି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତାରେ ପ୍ରତିଦିନ ୧୦୦୦ ରୁ ୧୨୦୦ ଲୁହାପଥର ବୋଝେଇ ଗାଡ଼ି ଓଜନ ହୋଇ ଥାଏ। ଗୀତାରାଣୀ , କବିତା , ଜିନ୍ଦଲ, ପି ଟି ଏ ଟେନ୍ସା ଓ ଖଣ୍ଡାଧାର ଖଣି ରୁ ଲୁହା ପଥର ନେଇ ଆସୁଥିବା ସମସ୍ତ ଗାଡ଼ି ଏଠାରେ ଓଜନ କରା ଯାଇଥାଏ।ପୂର୍ବରୁ ଓଜନ ହୋଇ ଥିଲେ ମଧ୍ୟ ଏଠାରେ ପରିମାଣ ସଠିକ୍ ଅଛି କି ନାହିଁ ଜାଣିବାକୁ ଆଉ ଥରେ ସେଠାରେ ଓଜନ କରାଯାଇ ଥାଏ ।
କିନ୍ତୁ ଦୁଃଖର କଥା ଉକ୍ତ ୱେ ବ୍ରିଜ ରାସ୍ତାର ଅବସ୍ଥା ଏବେ ଶୋଚନୀୟ । ସେଠାରେ ଏତେ ମାତ୍ରାରେ ଧୂଳି ଉଡୁଛି ଯେ କିଛି ଯାତାୟତ ମୁସ୍କିଲ ହୋଇ ଯାଉଛି ।
ରାସ୍ତା ଖରାପ ଯୋଗୁଁ ପ୍ରତ୍ୟେକ ଦିନ ଅନେକ ଗାଡ଼ି ର ଯନ୍ତ୍ରାଂଶ ଭାଙ୍ଗିବା ସହ ଚକା ଫାଟି ଯାଉଛି ।
ଧୂଳି କାରଣରୁ ରାସ୍ତା ଦେଖା ଯାଉନାହିଁ ବୋଲି ଅନେକ ଦୁର୍ଘଟଣା ଘଟିବା ସଙ୍ଗେ ମୂଲ୍ୟବାନ ଜୀବନ ମଧ୍ୟ ନଷ୍ଟ ହେଉଛି ।
ଏହି ସଂସ୍ଥା କୋଇଡା ଖଣି ଉପନିର୍ଦେଶକଙ୍କ ଦ୍ଵାରା ପରିଚାଳିତ ଏବଂ ଟେଣ୍ଡର ମାଧ୍ୟମରେ ଦିଆ ଯାଉଛି। ଖୁବ ଶୀଘ୍ର ରାସ୍ତା ମତାମତ ଲାଗି ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.