ରାଉରକେଲା : ସଂସଦ ଜୁଏଲ ଓରାମ ପହଁଚିଲେ ରାଉରକେଲା।। ଦଳ ପକ୍ଷରୁ ଷ୍ଟେସନରେ ବିପୁଳସମ୍ବର୍ଦ୍ଧନା।

0 319

ରାଉରକେଲା : ୩୧/୩ ‘ ଦିଲ୍ଲୀପ ତିର୍କୀ ମୋର ସାନ ଭାଇ। ସେ ଆନ୍ତର୍ଜାତୀୟ ସ୍ତରର ହକି ଖେଳାଳୀ। କିନ୍ତୁ ରାଜନୈତିକ ମୈଦାନ ଅଲଗା ଏବଂ ହକି ପଡ଼ିଆ ଅଲଗା। ସେ ଛିଡା ହୋଇଛନ୍ତି , ଭଲକଥା , ଲଢନ୍ତୁ । ମୋର ଶୁଭେଚ୍ଛା ରହିଛି।’ – ଏହା କହିଛନ୍ତି ସୁନ୍ଦରଗଡ଼ ସଂସଦ ତଥା।ଲୋକ ସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ। ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ଜୁଏଲ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ବିଜୁ ଜନତା ଦଳ ପ୍ରାର୍ଥୀ ହୋଇଛନ୍ତି। ରବିବାର ଦିନ ଜୁଏଲ ଓରାମ ଦିଲ୍ଲୀରୁ ଆସି ରାଉରକେଲାରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇ ଥିଲା।
ଅନ୍ୟପକ୍ଷରେ ଦିଲ୍ଲୀପ ତିର୍କୀ ମଧ୍ୟ ସୁନ୍ଦରଗଡ଼ରୁ କର୍ମୀ ସମ୍ମିଳନୀ ମାଧ୍ୟମରେ ତାଙ୍କ ନିର୍ବାଚନ ପ୍ରଚାର ଏକ ପ୍ରକାର ଆରମ୍ଭ କରିଛନ୍ତି।
ନିର୍ବାଚନ ତାରିଖ ଘୋଷଣା ପରେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ଦୁଇ ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବିଜେପିରୁ ଏବେକାର ସଂସଦ ଜୁଏଲ ଓରାମ ପୁନର୍ବାର ନିର୍ବାଚନ ଲଢ଼ୁଥିବା ବେଳେ ବିଜେଡି ପକ୍ଷରୁ ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀଙ୍କ ନାମ ଘୋଷଣା କରାଯାଇଛି। କଂଗ୍ରେସ ଦଳ ଏପର୍ଯ୍ୟନ୍ତ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ଯଦିଓ ସୁନ୍ଦରଗଡ଼ ଜିଲ୍ଲାରେ ତ୍ରିକୋଣୀୟ ମୁକାବିଲା ହୁଏ ତଥାପି ଚଳିତ ନିର୍ବାଚନରେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେପି-ବିଜେଡି ମଧ୍ୟରେ ମୁକାବିଲା ହେବା ସୂଚନା ମିଳୁଛି। ଗତ ନିର୍ବାଚନରେ ଜୁଏଲ ବିଜେଡି ପ୍ରାର୍ଥୀ ସୁନିତା ବିଶ୍ବାଳଙ୍କ ଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ ପାଇ ବିଜୟୀ ହୋଇଥିଲେ। ୨୦୧୪ ରେ ଜୁଏଲ ଓରାମ ଏବଂ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କିଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ସତେବେଳେ ଦିଲ୍ଲୀପ ମାତ୍ର ୧୯ ହଜାର ଭୋଟରେ ପରାସ୍ତ ହୋଇଥିଲେ। ୨୦୨୪ ସଧାରଣ ନିର୍ବାଚନରେ ଏବେ ପୁଣି ଦିଲ୍ଲୀପ – ଜୁଏଲ ଲଢେଇ ହେଉଛି। ଶୁକ୍ରବାର ଦିଲ୍ଲୀପ ତିର୍କୀ ସୁନ୍ଦରଗଡ଼ରୁ ତାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଳେ ଜୁଏଲ ରବିବାର ଦିନ ଆସି ରାଉରକେଲାରେ ପହଞ୍ଚିଲା ପରେ ଦଳୀୟ କର୍ମୀଙ୍କ ସଙ୍ଗେ ଆଲୋଚନା କରିଛନ୍ତି। ଆଜି ଜୁଏଲ ଦଳର ଜରୁରୀ ଡାକରା ପାଇ ପୁଣି ଦିଲ୍ଲୀ ଯାଇଛନ୍ତି।
ତେବେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ତାଙ୍କ ପ୍ରଥମ ନିର୍ବାଚନୀ କର୍ମୀ ସମ୍ମିଳନୀ ହେମଗିରିରୁ ଆରମ୍ଭ କରିଛନ୍ତି। ନବୀନ ପଟ୍ଟନାୟକ କ୍ରୀଡା , ସ୍ୱାସ୍ଥ୍ୟ , ଶିକ୍ଷା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲାକୁ ବେଶ ଗୁରୁତ୍ୱ ଦେଇ ଥିବାରୁ ବିଜେଡିକୁ ଭୋଟ ଦେବାକୁ ଦିଲ୍ଲୀପ ଭୋଟରଙ୍କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.