ବଣାଇ : ୮ ଘଣ୍ଟା ବଦଳରେ ୧୦ ଘଣ୍ଟା କାର୍ଯ୍ୟ ନିୟୋଜନ କୁ ବିରୋଧ।। ବଣାଇ ରେ ସିପିଏମ ଏବଂ ସିଟୁ ପକ୍ଷରୁ ବିକ୍ଷୋଭ।

0 117

ବଣାଇ : ୧୬/୧୦(ସତ୍ୟାନ୍ୟୁଜ) ଦୈନିକ ୮ ଘଣ୍ଟା ବଦଳରେ ୧୦ ଘଣ୍ଟା କାର୍ଯ୍ୟ, ମହିଳା ମାନଙ୍କୁ ରାତ୍ରୀ ସମୟରେ କାର୍ଯ୍ୟରେ ନିୟୋଜିତ କରିବା କୁ ବିରୋଧ ସମେତ କେତେକ ଶ୍ରମ ଆଇନ୍ ସଂଶୋଧନ ଦାବିରେ ସିଟୁ ପକ୍ଷରୁ ବଣାଇ ରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ଏହା ସହ ବଣାଇଁ କୁ ଏନଏସିର ମାନ୍ୟତା, ବିଭିନ୍ନ ଖଣିରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଏଭଳି ଛଅ ଦଫା ଦାବୀ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ଚାଲିଛି। ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଥିବା ଅଭିଯୋଗ କରି ସୁନ୍ଦରଗଡ ଜିଲ୍ଲା ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ନେତୃତ୍ଵରେ ଆଜି ଚାଲିଛି ଏହି ବିକ୍ଷୋଭ। ସ୍ଥାନୀୟ ସମସ୍ତ ଖଣି ପ୍ରକଳ୍ପ ଶ୍ରମିକ ମାନେ ୟୁନିଫର୍ମ ପରିଧାନ କରି ଶହଶହ ସଂଖ୍ୟାରେ ଯୋଗ ଦେଇଛନ୍ତି। ସହ ହାତରେ ପତାକା , ବ୍ୟାନର , ପୋଷ୍ଟର ଧରି ଦେଓଗାଁ ଠାରୁ ମୁଖ୍ୟ ରାସ୍ତା ଦେଇ ଏକ ଶୋଭାଯାତ୍ରା ବାହାରି ବଣାଇଁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ସିପିଆଇଏମ୍ ଓ ସିଆଇଟିୟୁ ର ବରିଷ୍ଠ ନେତୃ ମଣ୍ଡଳି ଏହି ବିକ୍ଷୋଭ ରେ ସାମିଲ ଅଛନ୍ତି । ଦାବୀ ପୁରଣ ପାଇଁ ଲିଖିତ ପ୍ରତିଶ୍ରୁତି ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ବିଧାୟକ କହିଛନ୍ତି। ସୁରକ୍ଷା ଲାଗି ପୁଲିସ୍ ଫୋର୍ସ ମୁତୟନ ରହିଛନ୍ତି ।

Leave A Reply

Your email address will not be published.