ରାଉରକେଲା : ଆଗକୁ ଆସୁଛି ଇଦ୍।। ନାଲା ରୋଡ଼ରେ ଦୋକାନ ବଜ଼ାର ଲାଗିଲାଣି।। ଟ୍ରାଫିକ ସମସ୍ୟା ସୁଧାରିବାକୁ ପୋଲିସର ଉଦ୍ୟମ।

0 371

ରାଉରକେଲା : ୩୦/୩ (ସତ୍ୟାନ୍ୟୁଜ) ଆଗକୁ ଆସୁଛି ଇଦ୍। ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଇଦ୍ ପର୍ଵରେ ନୂତନ ବସ୍ତ୍ର ପରିଧାନ କରିବା ଏବଂ ନୂତନ ସାମଗ୍ରୀ କିଣିବା ପରମ୍ପରା ରହିଛି।
ଏହି ପରପ୍ରେକ୍ଷୀରେ ରାଉରକେଲା ମୁଖ୍ୟ ମାର୍ଗ ନାଲା ରୋଡ଼ ନିକଟରେ ଅସ୍ଥାୟୀ ଦୋକାନ ପ୍ରତିବର୍ଷ ଖୋଲା ଯାଇଥାଏ। ଚଳିତ ବର୍ଷ ମଧ୍ୟ ବିଭିନ୍ନ ସାମଗ୍ରୀର ଦୋକାନ ଖୋଲିଲାଣି। ମାତ୍ର ଏଥର ଦୋକାନ ସଂଖ୍ୟାରେ ବୃଦ୍ଧି ଘଟି ଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏହାଛଡ଼ା ରାସ୍ତା ଉପରେ ଅସ୍ଥାୟୀ ଦୋକାନ ବସୁଥିବାରୁ ସ୍ଥାୟୀ ଦୋକାନକୁ ଯାତାୟାତ ଅସୁବିଧା ହେଉଥିବା ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ ହୋଇଥିଲା। ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ଆଲୋଚନା କରାଯାଇଥିଲା। ଆଜି ପ୍ଲାଣ୍ଟସାଇଟ ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇ , ରାଉରକେଲା ଇଣ୍ଟିଗ୍ରେସନ ଫୋରମ ସଦସ୍ୟ , ଶାନ୍ତି କମିଟି ସଦସ୍ୟ ମାନେ ନାଲା ରୋଡ଼ରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିଛନ୍ତି।

Leave A Reply

Your email address will not be published.