ରାଜଗାଙ୍ଗପୁର : ଶଳାର ଛୁରୀ ମାଡରେ ଭିଣୋଇ ମୃତ।। ଅଭିଯୁକ୍ତ ଶଳା ଗିରଫ।

0 659

ରାଜଗାଙ୍ଗପୁର : ୨୮/୩ (ସତ୍ୟାନ୍ୟୁଜ) ଛୁରି ଭୁସି ଭିଣୋଇକୁ ହତ୍ୟା କଲା ଶଳା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ। ରାଜଗାଙ୍ଗପୁର ଥାନା ଟୁଙ୍ଗୁରିଟୋଲିରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । କୌଣସି କଥାକୁ ନେଇ ଉଭୟ ଶଳା ଭିଣୋଇଙ୍କ ମଧ୍ୟରେ ଝଗଡା ହୋଇଥିଲା। କିଛି ସମୟ ପରେ ଝଗଡା ତୀବ୍ର ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଶଳା ମାର୍କସ ଟପ୍ପୋ ଭିଣୋଇ ଜୟରାମ ସତନାମିକୁ ଛୁରିରେ ଆକ୍ରମଣ କରି ହତ୍ୟା କରିଥିଲା । ଖବର ପାଇ ରାଜଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶଳା ମାର୍କସ ଟପ୍ପୋ କୁ ଗିରଫ କରିଛନ୍ତି। ହତ୍ୟାରେ ବ୍ୟବହାର ଛୁରିକୁ ମଧ୍ୟ ପୋଲିସ ଜବତ କରିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.