ରାଉରକେଲା : ହୋଲିରେ ରଙ୍ଗ ଖେଳ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା।। ବଜ଼ାରରେ ମିଳିଲାଣି ବିଭିନ୍ନ ପ୍ରକାର ରଙ୍ଗ ସହ ପିଚିକାରୀ।

0 268

ରାଉରକେଲା : ୨୪/୩ (ସତ୍ୟାନ୍ୟୁଜ) ରଙ୍ଗର ପର୍ବ ହୋଲି ମନାଇବାକୁ ରାଉରକେଲା ବାସୀ ପ୍ରସ୍ତୁତ ହେଉଥିବା ବେଳେ ହୋଲି ତାରିଖକୁ ନେଇ ଦ୍ଵନ୍ଦ ଦେଖାଦେଇଛି। ସୋମବାର ଦିନ କିଛି ଲୋକ ହୋଲି ପର୍ବ ପାଳନ କରୁଥିବା ବେଳେ ମଙ୍ଗଳବାର ଦିନ ଅଧିକାଂଶ ଲୋକ ହୋଲି ଖେଳିବେ ବୋଲି ସ୍ଥିର କରିଛନ୍ତି। ତେବେ ଆଜି ରାତିରେ ହୋଲିକା ଦହନ କାର୍ଯ୍ୟକ୍ରମ ହେଉଥିବାରୁ ମଙ୍ଗଳବାର ହୋଲି ଖେଳ ହେବା ନେଇ ସୂଚନା ମିଳିଛି। ହୋଲି ପାଇଁ ରାଉରକେଲା ବଜ଼ାରରେ ବିଭିନ୍ନ ପ୍ରକାର ରଙ୍ଗ ବିକ୍ରି ଆରମ୍ଭ ହୋଇ ଗଲାଣି। ବିଶେଷ କରି ଲୋକମାନେ ହର୍ବଲ ରଙ୍ଗ ପସନ୍ଦ କରୁଛନ୍ତି। ଚଳିତ ବର୍ଷ ହୋଲିରେ ଚାଇନା ରଙ୍ଗ ସାମଗ୍ରୀ , ପିଚିକାରୀ ଆଦି ପ୍ରାୟ ନାହିଁ। ତେବେ ହୋଲି ଖେଳ ପାଇଁ ଲୋକ ମାନଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖାଦେଇଛି।

Leave A Reply

Your email address will not be published.