ରାଉରକେଲା : ଅନନ୍ତ ଉଦୟ ଟ୍ରଷ୍ଟ ପକ୍ଷରୁ ଆମ ରାଉରକେଲା ହର୍ବଲ ହୋଲି ମିଳନ ଅୟୋଜିତ।। ହର୍ବଲ ରଙ୍ଗରେ ହୋଲି ଖେଳିଲେ ସମସ୍ତେ।

0 350

ରାଉରକେଲା : ୨୪/୩ (ସତ୍ୟାନ୍ୟୁଜ) ପୂର୍ବରୁ ହୋଲିରେ କେବଳ ଫଗୁ ଏବଂ ଅବିରରେ ରଙ୍ଗ ଖେଳ ହେଉଥିଲା। ପରେ ରାସାୟନିକ ରଙ୍ଗ ବହୁଳ ଭାବେ ବ୍ୟବହାର କରାଗଲା। ଫଳରେ ଧିରେ ଧିରେ ଲୋକମାନେ ହୋଲିରେ ରଙ୍ଗ ଖେଳରୁ ଵିମୁଖ ହେଲେ। ଏବେ ହୋଲି ଏବଂ ରଙ୍ଗ ଖେଳର ପୂର୍ବ ଗୌରବ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଅନନ୍ତ ଉଦୟ ଚାରିଟାବଲ୍ ଟ୍ରଷ୍ଟ। ହୋଲିର ଗୋଟିଏ ଦିନ ପୂର୍ବରୁ ରାଉରକେଲା ଭଞ୍ଜ ଭବନରେ ଏହି ଟ୍ରଷ୍ଟ ଆରମ୍ଭ କରିଛନ୍ତି ଆମ ରାଉରକେଲା ହର୍ବଲ ହୋଲି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରଙ୍ଗ ଖେଳ , କୁତ୍ରିମ ବର୍ଷାରେ ହୋଲି ଡ୍ୟାନ୍ସ , ନୃତ୍ୟ ପ୍ରତିଯୋଗିତା ଆଦି ଅୟୋଜନ କରଯାଇଥିଲା। ସବୁ ଠାରୁ ଏହି ହୋଲି ପାଳନର ଵିଶେଷ୍ୟତ୍ୱ ହେଲା ସମସ୍ତେ ହର୍ବଲ ରଙ୍ଗରେ ହୋଲି ଖେଳିଥିଲେ। ବିଭିନ୍ନ ପ୍ରକାର ଫଳ , ପନିପରିବା କୁ ନେଇ ଏହି ରଙ୍ଗ ପ୍ରସ୍ତୁତ କରାଯାଇ ଥିଲା। ବିଶିଷ୍ଟ ସମାଜସେବୀ ହେମା ଏକ୍କା ଏହି ହର୍ବଲ ରଙ୍ଗ ପ୍ରସ୍ତୁତ କରିଥିଲେ। ରାଉରକେଲା ସହରର ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଟ୍ରଷ୍ଟର ଚେୟାରମ୍ୟାନ ରାଜଲକ୍ଷ୍ମୀ ପାତ୍ରଙ୍କ ଉଦ୍ୟମରେ ଏହି ହୋଲି ମିଳନ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା।

Leave A Reply

Your email address will not be published.