ରାଉରକେଲା : ବାଇକ କୁ ପିଟି ଦେଲା ଡ଼ମ୍ପର।। ସ୍ତ୍ରୀ ସମ୍ମୁଖରେ ଚାଲିଗଲା ସ୍ଵାମୀଙ୍କ ଜୀବନ।। ଡମ୍ପର ନେଇ ଡ୍ରାଇଭର ଫେରାର।

0 3,451

ରାଉରକେଲା : ୨୩/୩ (ସତ୍ୟାନ୍ୟୁଜ) ସ୍ତ୍ରୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ବାଇକ ରେ ସ୍ୱାମୀ , ସ୍ତ୍ରୀ ଘରକୁ ଫେରୁଥିବା ବେଳେ ସମ୍ମୁଖରୁ ପିଟି ଦେଲା ଏକ ଡ଼ମ୍ପର। ରାସ୍ତା ଉପରେ ପଡି ଯାଇଥିଲେ ଉଭୟ ସ୍ୱାମୀ , ସ୍ତ୍ରୀ। ଡ଼ମ୍ପର ଟି ସ୍ୱାମୀଙ୍କ ଉପରେ ଚଢାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ରାଉରକେଲା ବିରସା ଛକ ନିକଟ ବନ୍ଧମୁଣ୍ଡା ରୋଡ଼ରେ। ଜଲଦା ନିବାସୀ ମନୁଆ ତିର୍କୀ ତାଙ୍କ ସ୍ତ୍ରୀଙ୍କ ସହ ଘରକୁ ଫେରୁଥିବା ବେଳେ ଏକ ଦ୍ରୁତଗାମୀ ଡମ୍ପର ବାଇକ କୁ ପିଟି ଦେଇଥିଲା। ଖବର ପାଇ ଘଟଣା ସ୍ଥଳରେ ଡ଼ିଏସପି ନିର୍ମଳ ମହାପାତ୍ରଙ୍କ ସମେତ ପ୍ଲାଣ୍ଟ ସାଇଟ ଥାନା ପୋଲିସ ପହଞ୍ଚି ମୃତକଙ୍କ ଶବ ରାଉରକେଲା ସରକାରୀ ହସ୍ପିଟାଲ ପଠାଇଥିଲେ। ଶନିବାର ସନ୍ଧ୍ୟାରେ ଘଟିଛି ଏହି ଦୁର୍ଘଟଣା।
ସୂଚନାଯୋଗ୍ୟଯେ ରାଉରକେଲା -ବନ୍ଧମୁଣ୍ଡା ରୋଡରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସଧାରଣରେ ଚିନ୍ତା ପ୍ରକଟ କରାଯାଇଛି। ଖରାପ ରାସ୍ତା ଲାଗି ଦୁର୍ଘଟଣା ଘଟୁଥିବା କୁହାଯାଉଛି। ଏହାସହ ବେଆଇନ ପାର୍କିଂ ଯୋଗୁଁ ରାସ୍ତା ମଧ୍ୟ ସଙ୍କୁଚିତ ହୋଇଯାଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.