ରାଉରକେଲା : ଆଉ ଦିନକ ପରେ ରଙ୍ଗର ଖେଳ ହୋଲି ପର୍ବ।। ରାଉରକେଲା ସହରରେ ହୋଲି ପାଇଁ ପ୍ରସ୍ତୁତି ଜୋରଦାର।। ହର୍ବଲ ରଙ୍ଗର ଚାହିଦା ବେଶୀ।
ରାଉରକେଲା : ୨୩/୩ (ସତ୍ୟାନ୍ୟୁଜ) ଆଉ ଦିନକ ପରେ ହୋଲି। ଭାଇଚାରାର ପ୍ରତୀକ ଏହି ରଙ୍ଗର ପର୍ବକୁ ମନାଇବାକୁ ରାଉରକେଲା ବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖା ଦେଇଛି। ବଜାରରେ ବିଭିନ୍ନ ପ୍ରକାର ରଙ୍ଗ ବିକ୍ରି ଆରମ୍ଭ ହୋଇ ଗଲାଣି। ବିଶେଷ କରି ଚଳିତ ବର୍ଷ ହର୍ବାଲ ରଙ୍ଗର ଚାହିଦା ବେଶୀ ଥିବା ପରିଲକ୍ଷିତ ହେଉଛି। ଏହି ରଙ୍ଗର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବାରୁ ଲୋକମାନେ ପସନ୍ଦ କରଛନ୍ତି। ଛୋଟ ଠୁ ନେଇ ବଡ ପ୍ୟାକେଟ ପର୍ଯ୍ୟନ୍ତ ହର୍ବାଲ ରଙ୍ଗ ମିଳୁଛି। ଏହାର ଦାମ ୪୦ ରୁ ୨୦୦ ଟଙ୍କା ରହିଛି। ଏହା ଛଡା ବିଭିନ୍ନ ପ୍ରକାର ପିଚିକାରୀ ମଧ୍ୟ ମିଳିବା ଆରମ୍ଭ ହୋଇ ଗଲାଣି। ଏଥର ଚାଇନା ପିଚିକାରୀ ଖୁବ କମ ଦେଖିବାକୁ ମୁଳୁଛି। ବିଭିନ୍ନ ବ୍ରାଣ୍ଡର ଅଭିର ମଧ୍ୟ ମିଳୁଛି।
ଗୋଟିଏ ପଟେ ରଙ୍ଗ ଖେଳିବାକୁ ଲୋକମାନେ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ରବିବାର ରାତି ୧୨ଟା ପରେ ହୋଲି ଦହନ କାର୍ଯ୍ୟକ୍ରମ ଚାଲିବ। ବିଭିନ୍ନ ସଙ୍ଗଠନ ପକ୍ଷରୁ ହୋଲି ପର୍ବ ପାଳନ ଲାଗି ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି। ଅନନ୍ତ ଉଦୟ ଚାରିଟାବଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଭଞ୍ଜ ଭବନରେ ଦୁଇ ଦିନିଆ ହୋଲି କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି।