ରାଇରଙ୍ଗପୁର : କରଞ୍ଜିଆରେ ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ ଉଦଘାଟିତ।। ଉଦଘାଟନ କଲେ ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ।

0 177

କରଞ୍ଜିଆ : ୨/୩(ସତ୍ୟାନ୍ୟୁଜ) ( ଶ୍ୟାମଳେନ୍ଦୁ ପରିଡ଼ା) ଦୀର୍ଘ ବର୍ଷ ହେବ କରଞ୍ଜିଆରେ ଏକ ପାର୍କ ପାଇଁ ଅଞ୍ଚଳ ବାସୀ ଦାବୀ କରିଆସୁଥିଲେ। ଦୀର୍ଘ ବର୍ଷ ଦାବୀର ଆଜି ଅନ୍ତ ଘଟିଛି। କରଞ୍ଜିଆ ରେ ଏକ ସ୍ମାର୍ଟ ପାର୍କ ଉଦଘାଟନ ହୋଇ ଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟିକା ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦୁଝର ସାଂସଦ ଚନ୍ଦ୍ରଣୀ ମୁର୍ମୁ, କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ଉପାଧକ୍ଷ ସ୍ୱରୂପ ପରିଜା, ରାଜ୍ୟ ବିଜୁସେତୁ ଉପଦେଷ୍ଟା ଦିଲ୍ଲୀପ ସାହୁ , ପୂର୍ବତନ ବିଧାୟକ ବିଜୟ ନାଏକ ପ୍ରମୂଖ ଯୋଗ ଦେଇଥିଲେ।
କାଉନସିଲର ଅନିତା ଚାତାର,ବିଶ୍ୱଜିତ ଚୌଧୁରୀ, ବିବେକାନନ୍ଦ ଦାସ କରଞ୍ଜିଆ ମୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ, ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର କରଞ୍ଜିଆ ଥାନା ଅଧିକାରୀ ନିରଜ ମଲିକ ଓ ସମସ୍ତ କାଉନସିଲର ଯୋଗ ଦେଇ ପ୍ରଥମେ ଜଗତର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦୀପଜ୍ଵଳନ କରି କରଞ୍ଜିଆ ବାସୀଙ୍କୁ ଏହି ପାର୍କ ଏବଂ କରଞ୍ଜିଆ ର ଉନ୍ନତି କେମିତି ହେବ ତା ବାବଦକୁ ବକ୍ତବ୍ୟ ରହିଥିଲେ |ପରେ ଫିତା କାଟି ପାର୍କ ର ଉଦଘାଟନ କରିଥିଲେ। ଏହି ପାର୍କକୁ ବିଜୁ ପଟ୍ଟନାୟକ ସ୍ମାର୍ଟ ପାର୍କ ନାମରେ ନାମକରଣ କରାଯାଇଥିଲା |ଏହି ଉଦଘାଟନୀ ଉତ୍ସବରେ କରଞ୍ଜିଆର ସର୍ବସାଧାରଣଙ୍କ ସମେତ ବହୁ ସଂଖ୍ୟକ ମିଶନ ଶକ୍ତି ଏବଂ ସ୍ୱୟଂଶହାୟିକା ଗଷ୍ଠୀ ମହିଳା ମାନେ ଉପସ୍ଥିତ ଥିଲେ |ଏହି କାର୍ଯ୍ୟକ୍ରମ କୁ କରଞ୍ଜିଆ ମୁନିସିପାଲିଟି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ |

ମୟୁରଭଞ୍ଜ ରାଇରଙ୍ଗପୁର ରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.