ସୁନ୍ଦରଗଡ଼ : ୨୭/୨ (ସତ୍ୟାନ୍ୟୁଜ) କଟକ ବାରବାଟୀ ଷ୍ଟାଡିୟମର ରୂପାନ୍ତରଣ ସହିତ ବିଭିନ୍ନ ଜିଲ୍ଲାରେ ୪୧ କ୍ରିକେଟ ଏକାଡେମୀ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଏହାକୁ ଉଦଘାଟନ କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ସାଂସଦ ପରିସର ରେ ଉଦଘାଟିତ ହୋଇଯାଇଛି ସୁନ୍ଦରଗଡ଼ କ୍ରିକେଟ ଏକାଡେମୀ । ଏହି ଅବସରରେ ସୁନ୍ଦରଗଡ଼ ଠାରେ ଆୟୋଜିତ ଉଦଘାଟନୀ ସଭାରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଓ ଅନ୍ୟ ଆଟିଥି ଗଣ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲା କ୍ରିକେଟ ପ୍ରତିଭା ଅନ୍ବେଷଣ ଏବଂ ବିକାଶ ଦିଗରେ ଏହି ଏକାଡେମୀ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରାଯାଇଛି । ଏହି ଅବସରରେ ସୁନ୍ଦରଗଡ଼ କ୍ରୀଡ଼ା ସଂସଦ ର ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।