ସୁନ୍ଦରଗଡ଼ : ଟାଉନ ଥାନା ପୋଲିସ କବ୍ଜାରେ ଦୁଇ ଡ୍ରଗ୍ସ ଚାଲାଣକାରୀ।। ୫ ଗ୍ରାମ ବ୍ରାଉନ ସୁଗର , ମୋବାଇଲ ଫୋନ , ନଗଦ ଟଙ୍କା ଜବତ।

0 428

ସୁନ୍ଦରଗଡ : ୨୪/୧ (ସତ୍ୟାନ୍ୟୁଜ) ଡ୍ରଗ୍ସ କାରବାର ଉପରେ ଅଙ୍କୁଶ ଲଗାଇବାକୁ ସୁନ୍ଦରଗଡ ପୋଲିସ ଅଣ୍ଟା ଭିଡ଼ିଛି। ନିଶା କାରବାରରେ ସଂଶ୍ଲିଷ୍ଟ ଥିବା ଲୋକଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ବ୍ରାଉନ ସୁଗାର ଚାଲାଣ କରୁଥିବା ବେଳେ ଆଜି ପୋଲିସ ହାତରେ ଧରାପଡିଛନ୍ତି ଦୁଇଜଣ ଯୁବକ। ଏହି ଯୁବକ ଦ୍ୱୟ ବ୍ରାଉନ ସୁଗର ନେଇ ଯାଉଥିବା ସୂଚନା ଟାଉନ ଥାନା ଆଇଆଇସି ଙ୍କ ପାଖରେ ଥିଲା।
ଥାନା ଇନିସ୍ପେକ୍ଟର ନିଶା ବେପାରୀଙ୍କୁ ଧରିବାକୁ ଜାଲ ବିଛାଇ ଥିଲେ। ଯୁବକ ଦୁଇ ଜଣ ଟାଉନ ଥାନା ଆଦର୍ଶନଗର ବାଇପାସ ନିକଟରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ୫ ଗ୍ରାମ ବ୍ରାଉନ ସୁଗାର ସହିତ ୩ଟି ମୋବାଇଲ ଏବଂ ନଗଦ ଟଙ୍କା ପୋଲିସ ଜବତ କରିଥିଲେ । ଯୁବକ ଦ୍ୱୟ ଟାଉନ ଥାନା ରଙ୍ଗାଢିପା ଅଞ୍ଚଳର ଦେବୀଦତ୍ତ ମହାନ୍ତି ଏବଂ ଲୁହୁରାଢିପା ଅଞ୍ଚଳର ପିଙ୍କୁ ଓରାମ ବୋଲି ଜଣା ପଡ଼ିଛି।

Leave A Reply

Your email address will not be published.