ରାଉରକେଲା : ସମାଜସେବୀ ପ୍ରଶାନ୍ତ ସେଠୀଙ୍କ ସାମ୍ବାଦିକ ସମ୍ମିଳନୀ ଓ ବନ୍ଧୁ ମିଳନ ।। ନିଜ ଉପଲବ୍ଧି ଏବଂ କାର୍ଯ୍ୟକ୍ରମ ଅବଗତ କଲେ।

0 468

ରାଉରକେଲା : ୨୪/୧ (ସତ୍ୟାନ୍ୟୁଜ)
“ମୁଁ ପ୍ରଶାନ୍ତ ସେଠୀ , ଜଣେ ସାଧାରଣ ବ୍ଯକ୍ତି ଆପଣ ମାନଙ୍କ ସହଯୋଗ ଓ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ଭଲପାଇବା ପାଇ ସମାଜରେ ପରିଚିତ ହୋଇପାରିଛି।ସେବା କୁ ପ୍ରାଥମିକତା ଦେଇ ଆଜି ପର୍ଯ୍ୟନ୍ତ ସକାଳୁ ରାତି ପର୍ଯ୍ୟନ୍ତ ସାଧାରଣ ଜନତା ଙ୍କ ସେବା ରେ ନିଜକୁ ସମର୍ପଣ କରିଛି। ମୁଁ କହୁନି ଯେ ମୁଁ ସବୁ କରିଦେବି କି କରିପାରିବି ମାତ୍ର ସରକାର ଙ୍କ ବ୍ଯାବସ୍ଥା ରେ ଜନତା ଙ୍କୁ ସହଯୋଗ ପାଇଁ ମାର୍ଗଦର୍ଶକ ଟିଏ ହୋଇ ସମସ୍ତ କାର୍ଯ୍ୟ କରିବା ପାଇଁ ମୋ ପ୍ରୟାସ ଜାରି ରଖିଛି।”
ପ୍ରଶାନ୍ତ ସେଠୀ ତାଙ୍କ ଦ୍ୱାରା ଅୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନା କରିଛନ୍ତି।

ବସ୍ତି ଅଭିଯାନ: ଏହା ମୋର ଏକ ଅଭିନବ ପ୍ରୟାସ ପ୍ରାୟ ୪ ବର୍ଷ ଧରି ମୁଁ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ରେ କରି ଆସୁଛି। ପ୍ରତି ରବିବାର ମୋର ସାଥି ଙ୍କୁ ଧରି କୌଣସି ଏକ ବସ୍ତି କୁ ଯାଇ ସେ ବସ୍ତି ବାସିନ୍ଦା ଙ୍କ ସମସ୍ୟା ବାବଦ ରେ ମୋ ଡାଇରୀ ରେ ଲିପିବଦ୍ଧ କରିବା ଓ ସେ ସବୁ ସମସ୍ଯା କିପରି ଓ କେଉଁ ମାଧ୍ଯମରେ ସମାଧାନ ହେବ ତାର ଉପାୟ ଚିନ୍ତାକରି ତାକୁ ନିର୍ଦିଷ୍ଟ ଅଧିକାରୀ ଙ୍କ ନିକଟରେ ଉପସ୍ଥାପନ କରି ସମାଧାନ ପାଇଁ ପ୍ରୟାସ ଜାରି ରଖେ। ସରକାର ଅନେକ ଯୋଜନା ପ୍ରଣୟନ କରିଥିବା ବେଳେ ତାର ସୁଫଳ ଓ ତା ବାବଦରେ ସମସ୍ତ ଙ୍କୁ ଅବଗତ ଏହି ବସ୍ତି ଅଭିଯାନ ର ମୂଳମନ୍ତ୍ର।

ଏହାବ୍ୟତୀତ ବସ୍ତି ର ବୃଦ୍ଧ ଓ ବୃଦ୍ଧା ଙ୍କ ସ୍ବାସ୍ଥ୍ୟ ସମସ୍ୟା ସହ ବିଭିନ୍ନ ବ୍ୟାଧି ରେ ପିଡୀତା ଙ୍କ ସମସ୍ୟା କିପରି ସମାଧାନ ହେବ। କେଉଁ ଯୋଜନା ରେ ଏମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିହେବ ତାର ବ୍ଯାବସ୍ଥା କରିବା,ରାସନ୍ ସାମଗ୍ରୀ ର ସଠିକ ବଣ୍ଟନ ବାବଦରେ ଅବଗତ କରାଇବା ଓ ବଞ୍ଚିତ ରାସନ୍ କାର୍ଡଧାରୀ କୁ ଯୋଡିବା ସହ ବସ୍ତି ର ରାସ୍ତା, ଆଲୋକ,ନାଳ ନର୍ଦ୍ଦମା ସହ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଅନବରତ ପ୍ରୟାସ ଜାରି ରଖିଛି।

ଜନନୀ ସମ୍ପର୍କ ଅଭିଯାନ: ଏହି ଅଭିଯାନ ପ୍ରାୟ ଏକ ବର୍ଷ ଧରି ଚାଲିଆସୁଥିବା ବେଳେ ଏଥିରେ କେବଳ ମା ମାଉସୀ ଓ ଭଉଣୀ ସାମିଲ ହୋଇଥାନ୍ତି। ସେମାନଙ୍କ ବ୍ଯକ୍ତି ଗତ ସମସ୍ୟା ସହ ଗଠନ କରିଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ୟା ବାବଦରେ ଆଲୋଚନା କରାଯାଇ ସରକାରୀ ଯୋଜନା ରେ ସେମାନେ କିପରି ଭାଗିଦାରୀ ହେବେ ଓ ସରକାର ଙ୍କ କାର୍ଯ୍ୟ କରିବା ରେ ସହଯୋଗୀ ହେବେ ସେ ବାବଦରେ ଆଲୋଚନା କରାଯାଇ ଥାଏ। ବସ୍ତି ର ଆର୍ଥିକ ଦୁର୍ବଳ ମା ଭଉଣୀ ସ୍ବାବଲମ୍ବୀ କରିବା ଏହି ଅଭିଯାନ ର ଲକ୍ଷ୍ୟ।

ମାର୍କେଟ ଭ୍ରମଣ : ଏହି ଅଭିଯାନ ରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ର ସମସ୍ତ ମାର୍କେଟ ପରିଭ୍ରମଣ କରି ଦୋକାନୀ ଭାଇ ମାନଙ୍କ ସହ ସୁସମ୍ପର୍କ ସ୍ଥାପନ ସହ ସେମାନଙ୍କ ମାର୍କେଟ ର ସମୁହିକ ସମସ୍ୟା ଯେପରି ବଜାର ରେ ରାସ୍ତା, ପାର୍କିଂ,ଆଲୋକିକରଣ ଓ ଆବର୍ଜନା ର ସଠିକ୍ ସ୍ଥାନାନ୍ତରଣ ଭଳି ସମସ୍ୟା ତାଙ୍କ ସହ ମିଶି ସମାଧାନ ଦିଗରେ ପ୍ରୟାସ ଜାରି ରଖିବା ଏହି ଅଭିଯାନ ର ଲକ୍ଷ୍ୟ। ଇସ୍ପାତ ସହରାଞ୍ଚଳ ରେ ଆରଏସପି ଅଧିକାରୀ ଙ୍କ ସହ ଓ ଅନ୍ୟ ଅଞ୍ଚଳ ରେ ମହାନଗର ନିଗମ କମିଶନର ଙ୍କ ସହ ଆଲୋଚନା ମାଧ୍ଯମରେ ସମାଧାନ ନିମନ୍ତେ ସକଳ ପ୍ରୟାସ ଜାରି ରଖିଛି।

ଧର୍ମାନୁଷ୍ଠାନ ପରିଭ୍ରମଣ: ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ର ସମସ୍ତ ଦେବାଦେବୀ ଙ୍କ ପୀଠ, ମୁସଲମାନ ଧର୍ମାବଲମ୍ବୀଙ୍କ ମସଜିଦ,ଶିଖ୍ ଧର୍ମାବଲମ୍ବୀ ଙ୍କ ଗୁରୁଦ୍ୱାରା ଓ ଖ୍ରୀଷ୍ଟିଆନ ଭାଇଭଉଣୀ ଙ୍କ ଚର୍ଚ୍ଚ ଆଦି ରେ ପହଞ୍ଚି ସେ ସବୁ ଅନୁଷ୍ଠାନ ପରିଚାଳନା ସମିତି ର ସଦସ୍ୟ ଙ୍କ ସହ ଆଲୋଚନା କରି ଭଲମନ୍ଦ ବୁଝିବା ସହ ରହିଥିବା ସମସ୍ୟା ବାବଦରେ ଅବଗତ ହୋଇଥାଏ। ସମିତି ସଦସ୍ୟ ଙ୍କ ସହଯୋଗ ରେ ସମାଧାନ ଦିଗରେ ପ୍ରୟାସ ଜାରି ରଖିବା ସହ ସବୁ ଧର୍ମର ଜନସାଧାରଣ ସେମାନଙ୍କ ପୂଜାର୍ଚ୍ଚନା ଓ ପ୍ରାର୍ଥନା ସଠିକ୍ ଭାବେ ସମ୍ପାଦନା ନିମନ୍ତେ ମୋର କର୍ତ୍ତବ୍ୟ ଜାରି ରଖିଛି।

ଜୀବନ ଧାରା: ମାନବିକତା ପରିବାର ପକ୍ଷରୁ ଜୀବନ ଧାରା ରକ୍ତଦାନ ଶିବିର ପ୍ରତ୍ଯେକ ଶନିବାର ଆୟୋଜନ କରାଯାଇ ସମାଜ ର ଯୁବ ବର୍ଗ ଙ୍କୁ ଆହ୍ବାନ କରି ସ୍ବେଛାକୃତ ଭାବେ ରକ୍ତଦାନ କରିବା।ମାସ କୁ ଶହେ ୟୁନିଟ୍ ରକ୍ତ ସଂଗୃହିତ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ପ୍ରଦାନ ନେଇ ପ୍ରଚେଷ୍ଟା ଜାରି ରଖିଛି। ଯଦ୍ବରା ସରକାରୀ ହସ୍ପିଟାଲ କୁ ଆସୁଥିବା ଗରିବ, ଦୁଃଖୀ ଓ ଅସହାୟ ଯେଉଁମାନେ ରକ୍ତ ର ଆବଶ୍ୟକ ଥିଲେ ସହଜ ଓ ସୁବିଧା ରେ ଏହା ପାଇ ପାରିବେ।

ପଲ୍ଲୀ ଭ୍ରମଣ: ନିର୍ବାଚନ ମଣ୍ଡଳୀ ର ପ୍ରତ୍ଯେକ ବାସିନ୍ଦା ଙ୍କ ଘର କୁ ଘର ଯାଇ ସେମାନଙ୍କ ସହ ପରିଚିତ ହେବା ସହ ତାଙ୍କ ସହ ସୁଖ ଦୁଃଖ ବାଣ୍ଟିବା। ପରିବାର ସଦସ୍ୟ ଙ୍କ ସହ ମିଶି ସମସ୍ତ ସଦସ୍ୟ ଙ୍କ ବାବଦରେ ଜାଣିବା ସହ ସମାଜ ପ୍ରତି ତାଙ୍କ କର୍ତ୍ତବ୍ୟ ବାବଦରେ ଜଣାଇବା ଏହି ଭ୍ରମଣ ର ଲକ୍ଷ୍ୟ।
ସପ୍ତାହବ୍ୟାପୀ ଲୋକେ ଙ୍କ ସମସ୍ୟା ଅବଗତ ହେବା ପରେ ଏହାର ସମାଧାନ ଦିଗରେ ସଂପୃକ୍ତ ବିଭାଗୀୟ ଅଧିକାରୀ ଉଭୟ ଆରଏସପି ଓ ସରକାରୀ ଙ୍କୁ ଭେଟି ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରି ସମାଧାନ ଦିଗରେ ପ୍ରୟାସ ଜାରି ରଖାଯାଇଛି। ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ତହସିଲଦାର, ବିଡ଼ିଓ ସମସ୍ତ ଙ୍କୁ ଏଭଳି ଦାବିପତ୍ର ପ୍ରତି ବୁଧବାର ପ୍ରଦାନ କରାଯାଉଛି।

ଏହାବ୍ୟତୀତ ସରକାରୀ ଯୋଜନା OAP/ODP/WP NFBS ରେ ୭୫୦ ରୁ ଉର୍ଦ୍ଧ୍ବ ଙ୍କୁ ସହଯୋଗ କରି ପ୍ରଦାନ କରାଯାଇଛି

ନୂଆ ରାସନ କାର୍ଡ ଯୋଗ କରିବା ପକ୍ରିୟା ଚାଲୁ ରହିଛି।

ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ରୋଗୀ ଙ୍କୁ CMRF ବ୍ୟବସ୍ଥା ରେ ଆର୍ଥିକ ସହଯୋଗ ଦେଇ ଆସିଛି।

ସମସ୍ତ ଙ୍କ ବ୍ୟକ୍ତିଗତ ସମସ୍ୟା ସମାଧାନ ଦିଗରେ ସବୁବେଳେ ସହଯୋଗ ଯୋଗାଇ ଦେଇ ଆସିଛି।

ପ୍ରତିଦିନ ରାଉରକେଲା ସରକାରୀ ହସ୍ପିଟାଲ ରେ ସକାଳୁ ୨ ରୁ ୩ ଘଣ୍ଟା ସମୟ ଦେଇ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ର ସ୍ବାସ୍ଥ୍ୟ ସମସ୍ୟା ନେଇ ଆସୁଥିବା ଙ୍କୁ ଭେଟି ଆନୁସାଙ୍ଗିକ ସହଯୋଗ ସହ ଡାକ୍ତର ଙ୍କ ପରାମର୍ଶ ଆଦିରେ ସହଯୋଗ ଦେଇ ଆସୁଛି। ସେହିପରି ସଂଧ୍ୟା ରେ ଇସ୍ପାତ ଜେନେରାଲ ହସପିଟାଲରେ ମଧ୍ୟ ଅଧଘଣ୍ଟା ରୁ ଘଣ୍ଟାଏ ସମୟ ଦେଇ ସମସ୍ତ ଙ୍କ ଭଲମନ୍ଦ ବୁଝିଥାଏ ଓ ଯଥାସମ୍ଭବ ସହଯୋଗ କରିଥାଏ। ମୁଁ ଲୋକ ଙ୍କ ଫୋନ ପାଇ ସମସ୍ତ ଙ୍କ ଆବଶ୍ୟକତା ଅନୁସାରେ ପହଞ୍ଚି ମୋର ସାଧ୍ଯ ମୁତାବକ ସହଯୋଗ ଦେଉଛି ଓ ଦେଉଥିବି।

ମୋର ପରିସୀମା ସୀମିତ ତେଣୁ ଅଧିକ ସହଯୋଗ କରିବାକୁ ଚାହିଁ ମଧ୍ୟ କରିପାରୁନାହିଁ। ତେଣୁ ଆଗାମୀ ଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀଷ ଓ ସାଧାରଣ ଜନତାଙ୍କ ଆର୍ଶୀବାଦ ରହେ ମୋର ଏ ସେବା ଆହୁରି ବ୍ୟାପକ ଓ ପରିବ୍ୟାପ୍ତ ହେବ।

Leave A Reply

Your email address will not be published.