ରାଉରକେଲା : ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ୮୨ଟି ଶୁଆ ଜବତ । ଦୁଇ ଗିରଫ

0 782

ରାଉରକେଲା : ୨୩/୧ (ସତ୍ୟାନ୍ୟୁଜ) ପୂର୍ବରୁ ବୁଲା ବିକାଳୀ ମାନେ ଘର ଘର ବୁଲି ଶୁଆ , ସାରୀ , ବରାମାସି ଚଢେଇ ଆଦି ବିକ୍ରି କରୁଥିଲେ। କିନ୍ତୁ ସମୟ କ୍ରମେ ଏହା ଏବେ ପ୍ରାୟ ଦେଖିବାକୁ ମିଳୁନାହିଁ। ନୂତନ ବନ୍ୟ ଜନ୍ତୁ ଆଇନ ପ୍ରଣୟନ ପରେ କୌଣସି ଜଙ୍ଗଲୀ ପଶୁ ପକ୍ଷୀ କିଣା ବିକା କରିବା ଧର୍ତ୍ତବ୍ୟ ଅପରାଧ ଭାବେ ପରିଗଣିତ ହେଉଛି। ତଥାପି ଏହି ପକ୍ଷୀ ବେପାର ଏବେବି ଚାଲୁଛି। ରାଉରକେଲାରେ ଜଙ୍ଗଲୀ ଶୁଆ ଚାଲାଣ ବେଳେ ଆଜି ମାଡ଼ି ବସିଲେ ବନ ବିଭାଗ କର୍ମଚାରୀ। ଖବର ମିଳି ଥିଲା ଶୁଆ ଚାଲାଣ ବାବଦରେ। ଯୋଜନା ମୁତାବକ ଇନ୍ଦିରା ଗାନ୍ଧୀ ପାର୍କ ସମ୍ମୁଖରେ ଛକି ବସିଥିଲେ ବନବିଭାଗ ଟିମ୍ । ବାଇକରେ ଦୁଇଜଣ ଶୁଆ ନେଇ ଯାଉଥିବା ବେଳେ ଧରା ପଡ଼ିଥିଲେ। ଯାଞ୍ଚ ବେଳେ ୧୦ଟି ଶୁଆ ଜବତ କରା ଯାଇଥିଲା। ଉଭୟଙ୍କୁ
ପଚରା ଉଚରା ପରେ ଆହୁରି ୭୨ଟି ଶୁଆ ଶାବକ ନାଲା ରୋଡ ଅଞ୍ଚଳରେ ଏକ ଭଡା ଘରେ ରଖିଥିବା ଜଣାପଡ଼ିଥିଲା । ସବୁ ଶୁଆଙ୍କୁ ବନ ବିଭାଗ ଉଦ୍ଧାର କରିଛି। ଶୁଆ ଶାବକ ଗୁଡ଼ିକୁ ୮ଶହ ଟଙ୍କାରେ କିଣି ୩ ହଜାରରୁ ୩ ହଜାର୫୦୦ ଟଙ୍କାରେ ବିକ୍ରି କରୁଥିବା ଜଣା ପଡ଼ିଛି। ଏହି ରାକେଟରେ ଆଉ କିଏ କିଏ ଅଛନ୍ତି ତାହା ତଦନ୍ତ ପରେ ଜଣା ପଡିବ ବୋଲି ଡିଏଫଓ ଜସବନ୍ତ ସେଠୀ କହିଛନ୍ତି।

Leave A Reply

Your email address will not be published.