ବଣାଇ : ହାତୀ ଉପଦ୍ରବ ରୋକିବା ଦାବିରେ ରାସ୍ତା ଅବରୋଧ।। ଟାୟାର ଜାଳି ରାସ୍ତା ଅବରୋଧରେ ବସିଛନ୍ତି ଗ୍ରାମବାସୀ।

0 326

ବଣାଇ : ୨୩/୧ (ସତ୍ୟାନ୍ୟୁଜ) ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଶେଷରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ୫ ଖଣ୍ଡ ଗାଁର ଲୋକ ମାନେ ଆଜି ସକାଳୁ ବଣାଇ ଜଙ୍ଗଳା ରାସ୍ତା ଅବରୋଧ କରି ବସିଛନ୍ତି। ସୁନ୍ଦରଗଡ ଜିଲ୍ଲା ବଣାଇ ଫରେଷ୍ଟ ରେଞ୍ଜର ଗୋଗୁଆ , ଜକେଇକଳା , ତଳିତା ,ବଡପୋଷ, ବାଘାପାଲି ସମେତ ଅନ୍ୟ କେତେକ ଗ୍ରାମରେ ଦୁଇଟି ଦନ୍ତା ହାତୀ ୬ ମାସ ହେଲା ଉପଦ୍ରବ ଚଳାଇ ଆସୁଛନ୍ତି। ଘର ଭାଙ୍ଗିବା ସହ ହାତୀ ଫସଲ ମଧ୍ୟ ନଷ୍ଟ କରୁଛନ୍ତି । ବନ ବିଭାଗ ପକ୍ଷରୁ ବାରମ୍ବାର ପ୍ରତିଶୃତି ଦିଆ ଯାଉଥିଲେ ମଧ୍ୟ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରୁନାହିଁ। ଯାହା ଫଳରେ ଆଜି ପ୍ରାୟ ପାଞ୍ଚ ଖଣ୍ଡ ଗ୍ରାମର ଲୋକେ ରାସ୍ତା ଅବରୋଧ କରିଛନ୍ତି। ବଣେଇ ଜାଙ୍ଗଳା କୁ ସଂଯୋଗ କରୁଥିବା ରାସ୍ତାର ବ୍ରିଜ ନିକଟରେ ଟାୟାର ଜାଳି ବସିଛନ୍ତି ଗ୍ରାମବାସୀ।।
ପୂର୍ବରୁ ଏହି ଦନ୍ତା ହାତୀ ଦୁଇଟି କୁଳି ପୋଷ ରେଞ୍ଜର ବିଭିନ୍ନ ଗ୍ରାମରେ ପନିପରିବା ଚାଷ ନଷ୍ଟ ସହିତ ବ୍ୟାପକ ଘର ଭାଙ୍ଗିଥଲେ। ବନ ବିଭାଗ ଯଥା ଶିଘ୍ର କ୍ଷତିପୂରଣ ପ୍ରଦାନ କରିବା ପାଇଁ ପ୍ରତି ଶୃତି ଦେବା ପରେ ରାସ୍ତା ଅବରୋଧ ବନ୍ଦ ହେବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.