ରାଉରକେଲା : ସହରର ପ୍ରତି ୱାର୍ଡରେ ବୁଲିବ ଶ୍ରୀ ଜଗନ୍ନାଥ ରଥ।। ଶ୍ରୀ ମନ୍ଦିରର ପରିକ୍ରମା ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ବୁଲିବ ରଥ।
ରାଉରକେଲା : ସହରର ପ୍ରତି ୱାର୍ଡରେ ବୁଲିବ ଶ୍ରୀ ଜଗନ୍ନାଥ ରଥ।। ଶ୍ରୀ ମନ୍ଦିରର ପରିକ୍ରମା ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ବୁଲିବ ରଥ।
ରାଉରକେଲା: ୬/୧/୨୪ (ସତ୍ୟାନ୍ୟୁଜ) ଆସନ୍ତା ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିରର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ କୋଟି କୋଟି ଓଡ଼ିଆଙ୍କ ଆରାଧ୍ଯ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ଉଦ୍ଦେଶ୍ଯରେ ଗାଁରୁ ସହର ପ୍ରତିଟି ଘରୁ ଚାଉଳ ଓ ଗୁଆ ସଂଗ୍ରହ ନିମନ୍ତେ ‘ଜଗନ୍ନାଥ ରଥ’ ସାରା ରାଜ୍ୟ ପରିକ୍ରମା କରୁଛି। ଏହି କ୍ରମରେ ରାଉରକେଲା ସହରରେ ଜଗନ୍ନାଥ ରଥ ସମସ୍ତ ୱାର୍ଡ ବୁଲି ଜଗନ୍ନାଥମୟ ପରିବେଶ ସୃଷ୍ଟି କରିବ।
ରାଉରକେଲା ସହରାଞ୍ଚଳରେ ଏହି ରଥର ପରିକ୍ରମା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ସୃଷ୍ଟି ପାଇଁ ସଙ୍କୀର୍ତ୍ତନ ମାଧ୍ୟମରେ ଏହି ରଥ ରାଉରକେଲା ସହରର ସମସ୍ତ ୪୦ଟି ୱାର୍ଡ ବୁଲିବ। ଏହି ବୈଠକରେ ମହାନଗର ନିଗମ ଉପାୟୁକ୍ତ ସୁଧାଂଶୁ ଭୋଇ, ସୀତାଦେବୀ ମାଝୀ, ରନିତ କୁମାର ସମେତ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତାଙ୍କ ସହ ସଙ୍କୀର୍ତ୍ତନ ମଣ୍ଡଳୀ ଓ ଆରଏମସିର କର୍ମଚାରୀ ଉପସ୍ଥିତ ଥିଲେ।