ସୁନ୍ଦରଗଡ଼ : ୫/୦୧ (ସତ୍ୟାନ୍ୟୁଜ) ୧୩ ତମ ଯତରା ମହୋତ୍ସବ ୨୦୨୪ ବେଶ ଯାକ ଯମକ ରେ ଅନୁଷ୍ଠିତ ହୋଇ ଆଜି ଶେଷ ହୋଇଅଛି।
ଶେଷ ଦିବସ ର ସନ୍ଧ୍ୟା ରେ ଲାଠିକଟା ବ୍ଲକ ର ସାନ୍ତାଳୀ ନୃତ୍ୟ ଓ କରମା ନୃତ୍ୟ, ରାଜଗାଙ୍ଗପୁର ବ୍ଲକ ର କିଷାନ ନୃତ୍ୟ, ମ୍ୟୁଜିକ ସର୍କଲ ରାଉରକେଲା ଦ୍ଵାରା ଓଡ଼ିଶୀ ନୃତ୍ୟ, ସୁନ୍ଦରଗଡ଼ ର ଜୟ କୃଷ୍ଣ ଏକାଡେମୀ ଓ ନଟରାଜ କଳା ପରିଷଦ ର ସମ୍ବଲପୁରୀ ନୃତ୍ୟ, ପଶ୍ଚିମ ବଙ୍ଗର ପୁରୁଲିଆ ଛଉ, ଗଞ୍ଜାମ ର ଯୋଡ଼ି ଶଙ୍ଖ ଓ ଫେସ୍ ଅଫ ସୁନ୍ଦରଗଡ଼ ଦ୍ଵାରା ଫେଶନ ସୋ ଏବଂ ବିଶିଷ୍ଟ କଣ୍ଠ ଶିଳ୍ପୀ ପଦ୍ମଶ୍ରୀ ଖଟେଇ ଙ୍କ ର ତାରକା ରାତ୍ରି ଅନୁଷ୍ଠିତ ହୋଇଯାଇଛି।
ଶେଷ ଦିବସ ରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅଭିମନ୍ୟୁ ମାଝୀ, ପିଡି, ଡୁଡ଼ା ଶ୍ରୀ ଲଳିତ ସୋରେନ, ସଦର ଓ ବଣେଇ,ପାନପୋସ ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଶ୍ରୀ ସୁରଞ୍ଜନ ସାହୁ ଓ ଶ୍ରୀ ବିଜୟ ସାହୁ, ପି. ଏ. ଆଇ. ଟି. ଡ଼ି. ଏ. ସୁନ୍ଦରଗଡ଼ ଶ୍ରୀ ଧୀରେନ୍ଦ୍ର ସେଠୀ, ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମୋତିଲାଲ ସୁଲିଆ, ସଦର ତହସିଲଦାର ଶ୍ରୀ କୁଳମଣି ରନବିଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆଜି ପୂର୍ବତନ ହକି ତାରକା ଶ୍ରୀମତୀ ସୁଭଦ୍ରା ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁନ୍ଦରଗଡ଼ ଦିବସ ଏବଂ ଯତରା ପାଳନ ଅବସର ରେ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ଆଜି ସେହି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହି ଭଳି ଶେଷ ଦିବସ ରେ ଯତରା ର ସମସ୍ତ କମିଟି ସଦସ୍ୟ ମାନଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସର ରେ ଜିଲ୍ଲାପାଳ ଡ଼ା ପରାଗ ଗଭାଲି ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ ଚଳିତ ପଲ୍ଲୀଶ୍ରୀ ମେଳା ରେ ଭଲ ପ୍ରଦର୍ଶନୀ ତଥା ଭଲ ବ୍ୟବସାୟ କରିଥିବା ଏସ. ଏଚ . ଜି. ମହିଳା ଦଳ ଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ପଲ୍ଲୀଶ୍ରୀ ର ଏକ କ୍ୟାଲେଣ୍ଡର ମଧ୍ୟ ଉନ୍ମଚିତ ହୋଇଥିଲା।ପ୍ରକାଶ ଥାଉ କି ଚଳିତ ବର୍ଷ ପଲ୍ଲୀଶ୍ରୀ ମେଳା ରେ
୧.୫୪ କୋଟି ର ବ୍ୟବସାୟ ହୋଇଅଛି।