ରାଉରକେଲା : ବ୍ରାହ୍ମଣୀ କ୍ଲବରେ ବଦଦିନରେ ବିଭିନ୍ନ କାର୍ଯ୍ୟକ୍ରମ।। ସାନ୍ତକ୍ଲାସ ପିଲା ମାନଙ୍କୁ ବାଣ୍ଟିଲେ ଚକଲେଟ୍।

0 380

ରାଉରକେଲା : ୨୫/୧୨ (ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ ସହରରେ ଆଜି ଉତ୍ସାହ ଓ ଉଦ୍ଦୀପନା ସହ ମନା ଯାଉଛି ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଏବଂ ବଡ଼ଦିନ। ଗତକାଲି ରାତିରେ ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟମାସ ଗେଦରିଙ୍ଗ ହେବା ସହ ପ୍ରାର୍ଥନା କରାଯାଇଥିଲା। ମଧ୍ୟ ରାତ୍ରରେ ପ୍ରଭୁ ଯୀଶୁ ଧରାପୃଷ୍ଠକୁ ଅବତରଣ କରିବା ପରେ ଆଜି ଘରେ ଘରେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ମନାଉଛନ୍ତି ଯୀଶୁଙ୍କ ଜନ୍ମଦିନ। ଏହାଛଡା ସହରର ବିଭିନ୍ନ କ୍ଲବ ଏବଂ ରେଷ୍ଟୁରାଣ୍ଟ ରେ ମଧ୍ୟ ବଡ଼ଦିନ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି।ବ୍ରାହ୍ମଣୀ କ୍ଲବରେ ବଡ ଦିନରେ କେକ୍ କଟା ଯିବା ସହ ସାନ୍ତାକ୍ଳସ୍ ଚକଲେଟ ବାଣ୍ଟିଥିଲେ। ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। କ୍ଲବର ସେକ୍ରେଟାରୀ ସୁବ୍ରତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.