ରାଉରକେଲା : ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଆରଜିଏଚ ପରିଦର୍ଶନ।। କଲେରା ସ୍ଥିତିର କଲେ ସମୀକ୍ଷା।

0 343

ରାଉରକେଲା : ୨୧/୧୨ ରାଉରକେଲାରେ ବ୍ୟପିଥିବା ହଇଜା ସ୍ଥିତି ଚିନ୍ତାଜନକ ଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣଧୀନ ରହି ଥିବା ସରକାରୀ ଭାବେ କୁହା ଯାଇଛି। ରାଉରକେଲା ସରକାରୀ ଡାକ୍ତରଖାନାରେ ଏବେ ମଧ୍ୟ ହଇଜାରେ ଆକ୍ରାନ୍ତ ରୋଗୀ ଭର୍ତ୍ତି ହେଉଥିବା ବେଳେ ପୂର୍ବାପେକ୍ଷା ଏହା କମିଛି। ହଇଜା ଅକ୍ରାନ୍ତଙ୍କ ଚିକିତ୍ସା ଲାଗି ରାଉରକେଲା ସମେତ ସୁନ୍ଦରଗଡ଼ , ଭୁବନେଶ୍ୱର , କଟକରୁ ଆସିଥିବା ୧୮ ଜଣ ଡାକ୍ତର ନିୟୋଜିତ ହୋଇଛନ୍ତି। ହଇଜା ବ୍ୟାପିବାର କାରଣ ଜାଣିବା ପାଇଁ ଭୁବନେଶ୍ବର RMRC ର ଦୁଇଜଣ ବିଶେଷଜ୍ଞ ଡକ୍ତର ଆନା ଏବଂ ଜୟନ୍ତ ସିଂ ଆସି ରାଉରକେଲାରେ ପହଁଞ୍ଚିଛନ୍ତି। ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ ରାଉରକେଲା ସରକାରୀ ହସ୍ପିଟାଲ ପରିଦର୍ଶନ କରି ଚିକିତ୍ସା ବ୍ୟବସ୍ଥା ସମୀକ୍ଷା କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଅଶୋକ
ପାଇକରାୟ ମଧ୍ୟ ରାଉରକେଲାରେ ରହି ଚିକିତ୍ସା କାର୍ଯ୍ୟ ତଦାରଖ କରୁଛନ୍ତି । ଏବେ ସହରରେ ହଇଜା ସ୍ଥିତିରେ ସୁଧାର ଆସୁଥିବା ବେଳେ ପ୍ରତିଷେଧ ମୂଳକ ବ୍ୟବସ୍ଥାରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.