ରାଉରକେଲା : ରାଉରକେଲାରେ ସ୍ୱାସ୍ଥ୍ୟ ସେବା ଗୁରୁତର।। ଆରଜିଏଚ ରେ ଡାଇରିଆରେ ୩ ଜଣ ମହିଳାଙ୍କ ସମେତ ୪ ମୃତ।। ୧୦୦ ଉର୍ଦ୍ଧ୍ବ ହସ୍ପିଟାଲରେ ଭର୍ତ୍ତି।

0 777

ରାଉରକେଲା : ୧୬/୧୨ (ସତ୍ୟାନ୍ୟୁଜ) ରାଉରକେଲାରେ ସ୍ୱାସ୍ଥ୍ୟ ଜନିତ ପରିସ୍ଥିତି ଅତି ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି। ଡାଇରିଆ ରୋଗରେ ଦୁଇ ଦିନରେ ଚାରି ଜଣ ଡାଇରିଆ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ରାଉରକେଲା ସରକାରୀ ହସ୍ପିଟାଲରେ ୧୦୨ ଜଣ ଡାଇରିଆ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଆଉ ଦୁଇଜଣଙ୍କ ଅବସ୍ଥା ଗୁରୁତର ଅଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରୋଗୀ ଅଛନ୍ତି। ରାଉରକେଲା ସହରର ବିଭିନ୍ନ ଅଞ୍ଚଳ ତଥା ଆଖପାଖ ଅଞ୍ଚଳରୁ ବହୁରୋଗୀ ଏବେ ମଧ୍ୟ ହସପିଟାଲ ଆସୁଛନ୍ତି। ପାନପୋଷ , ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଏରିଆ ତଥା ସେକ୍ଟର ଏରିଆରୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ରୋଗୀ ମାନେ ସରକାରୀ ହସ୍ପିଟାଲ ସହ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ତେବେ କେଉଁ କାରଣରୁ ହଠାତ ବିଭିନ୍ନ ଏରିଆରେ ଝାଡାବାନ୍ତି ରୋଗ ବ୍ୟାପିଲା ତାର କାରଣ ଜଣା ପଡ଼ିନାହିଁ। ରୋଗର କାରଣ ନିରୂପଣ ପାଇଁ ରୋଗୀଙ୍କ ଝାଡା ବାନ୍ତି ପରୀକ୍ଷା ପାଇଁ ପଠା ଯାଇଛି। ଝାଡା ବାନ୍ତି ରୋଗୀଙ୍କ ସଂଖ୍ୟା ବଢୁ ଥିବାରୁ ହସପିଟାଲରେ ବେଡ଼ ସଂଖ୍ୟା ବଢାଇବାକୁ ପଦକ୍ଷେପ ନିଆଯାଉଛି ବୋଲି ଆରଜିଏଚ ଡ଼ାଇରେକ୍ଟର ଇନଚାର୍ଜ ସୁଧାରାଣୀ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.