ରାଉରକେଲା/ବଣାଇ : ଶୀତର ପ୍ରକୋପରେ ଜିଲ୍ଲାରେ ସଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ।। ଶୀତ ସାଙ୍ଗକୁ କୁହୁଡି ସମସ୍ୟା ବଢାଇ ଦେଇଛି।

0 288

ରାଉରକେଲା/ବଣାଇ : ୧୫/୧୨ (ସତ୍ୟାନ୍ୟୁଜ) ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତ ସାଙ୍ଗକୁ ଘନ କୁହୁଡି ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ପକାଇଛି। ସକାଳ ନଅ ଟା ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବରେ ରାସ୍ତାଘାଟରେ ଦୃଶ୍ୟମାନ କମି ଯାଉଛି। ଥଣ୍ଡା ଦାଉରୁ ରକ୍ଷା ପାଇବା ଲାଗି ଲୋକମାନେ ରାସ୍ତାକଡ଼ରେ କାଠ ଜାଳି ନିଆଁରେ ସେକି ହେଉଥିବା ଦେଖାଯାଉଛି। ଜିଲ୍ଲାର ବଣ ପାହାଡ଼ ଘେରା ବଣାଇ ଉପଖଣ୍ଡରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି। ଏବର୍ଷ ବିଳମ୍ୱ ରେ ଶୀତ ଆସିଛି। ହେଲେ ବର୍ଷା ପରେ ପରେ ଶୀତର ପ୍ରକୋପ ବଢ଼ି ଯାଇଛି। ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ବାହାରିବା ଲୋକଙ୍କ ସଂଖ୍ୟା କମି ଯାଇଛି। ବିଶେଷ କରି ସଞ୍ଜ ନଇଁଲେ ଗରିବ ଦୁଃଖୀ ରଙ୍କିଙ୍କ ଅସୁବିଧା ବଢି ଯାଉଛି। ନିଆଁ ଏବଂ ଚା ଏବେ ଲୋକ ମାନଙ୍କ ପାଇଁ ଅମୃତ ସଦୃଶ୍ୟ ହୋଇଛି। ଯଦିଓ ଶୀତୁଆ ସକାଳ ଅତି ସୁନ୍ଦର ଲାଗୁଛି ତଥାପି ଋତୁ ଜନିତ ଶାରୀରିକ ସମସ୍ୟାରୁ ବର୍ତ୍ତିବା ପାଇଁ ଲୋକମାନେ ଘରେ ରହିବାକୁ ଶ୍ରେୟସ୍କର ମଣୁଛନ୍ତି। ଏପରି ସ୍ଥିତି ଆଉ ଏକ ସପ୍ତାହ ଲାଗି ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

Leave A Reply

Your email address will not be published.