ବଣାଇ : ବଣାଇ ଅଞ୍ଚଳରେ ଗୋଠଛଡା ଦନ୍ତାହାତୀର ଉପଦ୍ରବରେ ଲୋକେ ଅତିଷ୍ଠ।। ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛି ହାତୀ।

0 405

ବଣାଇ : ୧୫/୧୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଗୋଠଛଡା ଦନ୍ତା ହାତୀର ଉପଦ୍ରବରେ ଲୋକମାନେ ଅତିଷ୍ଠ ହୋଇ ପଡିଲେଣି। ବଣାଇ ରେଞ୍ଜ ଅନ୍ତର୍ଗତ ତଳିତା, ନୂଆପାଲି, ବଡପୋଷ, ଜକେଇକଲା, ବାଞ୍ଜି କୁସୁମ ସହିତ ଅନେକ ଗ୍ରାମରେ ଦନ୍ତା ହାତୀ ର ଉତ୍ପାତରେ ଲୋକ ମାନେ ଉଜାଗର ରହି ରାତି କାଟୁଛନ୍ତି। ଏବେ ଧାନ କଟା ସରି ଯାଇ ଥିବା ବେଳେ ହାତୀ ଗାଁ ମୁହାଁ ହୋଇଛନ୍ତି। ଦନ୍ତା ହାତୀଟି କେଉଁଠି ଘର ଭାଙ୍ଗୁଛିତ ଆଉ କୋଉଠି ଏକର ଏକର ପରିବା କ୍ଷେତ ମାଡି ଚକଟି ନଷ୍ଟ କରି ଦେଉଛି। ହାତୀ ଟି ରାତିରେ ଆସୁଥିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ଲାଇନ କାଟି ଦିଆ ଯାଉଛି।ଫଳରେ ଲୋକମାନେ ଆହୁରି ହଇରାଣ ହେଉଛନ୍ତି। ହାତୀ ଘଉଡ଼ାଇବାରେ ବନ ବିଭାଗ ଏକ ପ୍ରକାର ବିଫଳ ହୋଇଛି। ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ ହାତୀ ଘଉଡ଼ାଇବାକୁ ବନ ବିଭାଗକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.